Advertisment

କରୋନାରେ ଚାଲିଗଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାମ କରୁଥିବା ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବ ଗତକାଲି ବିଳମ୍ୱିତ ରାତରେ ପ୍ରାଣ ହରାଇଛନ୍ତି। ସଞ୍ଜୀବ ଯାଦବ ଗତ ୧୪ ଦିନ ହେବ କରୋନା ସହ ଯୁଦ୍ଧ କରୁଥିଲେ। ସେ ସାକେଟ୍‌ର ମ୍ୟାକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ। ସଞ୍ଜୀବଙ୍କୁ ଦୁଇଥର ପ୍ଲାଜମା ଦିଆଯାଇଥିଲା। କେବଳ ଏତିକି ନୁହେଁ ତାଙ୍କ ପାଇଁ ଆମେରିକାରୁ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଅଣାଯାଇଥିଲା। ପରେ […]

କରୋନାରେ ଚାଲିଗଲା ପୋଲିସ ବାବୁଙ୍କ ଜୀବନ

police

Advertisment

ନୂଆଦିଲ୍ଲୀ: ଦେଶର କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାମ କରୁଥିବା ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବ ଗତକାଲି ବିଳମ୍ୱିତ ରାତରେ ପ୍ରାଣ ହରାଇଛନ୍ତି। ସଞ୍ଜୀବ ଯାଦବ ଗତ ୧୪ ଦିନ ହେବ କରୋନା ସହ ଯୁଦ୍ଧ କରୁଥିଲେ। ସେ ସାକେଟ୍‌ର ମ୍ୟାକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ।

Advertisment

ସଞ୍ଜୀବଙ୍କୁ ଦୁଇଥର ପ୍ଲାଜମା ଦିଆଯାଇଥିଲା। କେବଳ ଏତିକି ନୁହେଁ ତାଙ୍କ ପାଇଁ ଆମେରିକାରୁ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ଅଣାଯାଇଥିଲା। ପରେ ବିଶେଷ ଅନୁମତି ନେଇ ସଞ୍ଜୀବିଙ୍କୁ ଦିଆଯାଇଥିଲା। ଏହାସତ୍ତ୍ୱେ ବି ତାଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ। ଚଳିତ ବର୍ଷ ଜାନୁୟାରୀରେ ସଞ୍ଜୀବ ପୋଲିସ ପଦକ ମଧ୍ୟ ପାଇଥିଲେ। ଖବର ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୧୪୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।

ଦିଲ୍ଲୀରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ହଜାରରୁ ଅଧିକ ହୋଇଛି। ଗତ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୯। ଯାହାଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୮୭,୩୬୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୧୧୩ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ସମୁଦାୟ ୫୮,୩୪୮ ରୋଗୀ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ଏହି ମାରାତ୍ମକ ଭାଇରସ ଯୋଗୁ ମୋଟ ୨୭୪୨ ଜଣ ପ୍ରାଣ ହରାଇଛନ୍ତି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୫.୮୫ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ର କରୋନା ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ