Advertisment

କରୋନାକୁ ନେଇ ନୂଆ ତଥ୍ୟ : ଲାଟିନ ପାଇପ୍‌ରେ ବି ଆସିବ

କରୋନା ସଂକ୍ରମିତଙ୍କ ଶୌଚାଳୟ ବ୍ୟବହାର କରିବା ଦ୍ଵାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଗୋଟିଏ ସୋସାଇଟିରେ ଥିବା ବିଲଡିଂର ଗୋଟିଏ ପ୍ଲେଟର ଶୌଚାଳୟରୁ ଅନ୍ୟଏକ ଶୌଚାଳୟକୁ କରୋନା ଜୀବାଣୁ ବ୍ୟାପିପାରେ କି?

author-image
Pramod Behera
ଅଦ୍ୟତନ ହୋଇଛି
କରୋନାକୁ ନେଇ ନୂଆ ତଥ୍ୟ : ଲାଟିନ ପାଇପ୍‌ରେ ବି ଆସିବ

Corona Lartin Pipe

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ହଇଚଇ ସୃଷ୍ଟିକରୁଛି। ଲୋକମାନେ ଏହାର ଶିକାର ହୋଇ ଜୀବନ ହରାଉଛନ୍ତି। ଏହି ସମୟରେ, ଏହାର ତୃତୀୟ ଲହର ଆସିବାର ସମ୍ଭାବନାରେ ଲୋକ ଆତଙ୍କିତ ହୋଇପଡିଲେଣି। ଏପରି ପରିସ୍ଥିତିରେ ଯେଉଁଠାରେ ଲୋକଙ୍କ ମଧ୍ୟରେ ଭୟ ବ୍ୟାପିବାରେ ଲାଗିଛି ବୈଜ୍ଞାନିକମାନେ ମଧ୍ୟ ଏହା ବିଷୟରେ ଅନେକ ପ୍ରକାରର ତଥ୍ୟ ସଂଗ୍ରହ କରୁଛନ୍ତି। କରୋନା ସଂକ୍ରମଣ ବିଷୟରେ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଛି ଯେ କରୋନା ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଛିଙ୍କିବା ସମୟରେ ବାୟୁରେ ଭାଇରସ୍ ଆଖି, ନାକ, ପାଟି ଦେଇ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରବେଶ କରିଥାଏ। ଏହି ସମୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିଛି ଯେ କରୋନା ଜୀବାଣୁ ଘରର ଶୌଚାଳୟ ପାଇପ୍ ମାଧ୍ୟମରେ ବି ଜଣକୁ ସଂକ୍ରମିତ କରିପାରେ।

Advertisment

NBTର ଏକ ରିପୋର୍ଟରରେ କୁହାଯାଇଛି ଯେ ଫ୍ଲାଶ୍ କରିବା ଦ୍ଵାରା ଜୀବାଣୁ ବାୟୁରେ ପ୍ରବେଶ କରନ୍ତି। ହାର୍ଭାର୍ଡ ୟୁନିଭର୍ସିଟିର ଟିଏଚ୍ ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍‌ର ହେଲ୍‌ଥ୍‌ ବିଲଡିଂ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋସେଫ୍ ଜି ଆଲେନ୍ କୁହନ୍ତି ଯେ ଆମେ ଫ୍ଲାଶ୍ କିରବା ମାତ୍ରେ ପ୍ରତି କ୍ୟୁବିକ୍ ମିଟର ବାୟୁରେ ୧୦ଲକ୍ଷ କଣିକା ମିଶିଥାଏ। ଏଥିରେ ସବୁଥିରେ ତ ଭାଇରସ ନ ଥାନ୍ତି, କିନ୍ତୁ ସାର୍ବଜନୀନ ଶୌଚାଳୟରେ ଯେଉଁମାନେ ଏହାକୁ ପରେ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ବିପଦ ହୋଇପାରେ। ଅର୍ଥାତ୍ କରୋନା ସଂକ୍ରମିତଙ୍କ ଶୌଚାଳୟ ବ୍ୟବହାର କରିବା ଦ୍ଵାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଗୋଟିଏ ସୋସାଇଟିରେ ଥିବା ବିଲଡିଂର ଗୋଟିଏ ପ୍ଲେଟର ଶୌଚାଳୟରୁ ଅନ୍ୟଏକ ଶୌଚାଳୟକୁ କରୋନା ଜୀବାଣୁ ବ୍ୟାପିପାରେ କି? ଏନେଇ ହଂକଂର ଏକ ବିଲଡିଂର ଏକ ଉଦାହରଣ ଦିଆଯାଇଥିଲା। ଏହି ବିଲଡିଂରେ ଭାଇରସର ସଂଚାର ପାଇପ୍ ଦ୍ଵାରା ହୋଇଥିବା ବୈଜ୍ଞାନିକମାନେ କୁହନ୍ତି।

Apartment
Source : sciencemag

୨୦୦୩ ରେ ହଂକଂର ଅମାୟ ଗାର୍ଡେନ୍ ସାର୍ସ ପ୍ରକୋପର ଉଦାହରଣ ରହିଛି। ଏହାର ୫୦ ମହଲା କୋଠା ଅମାୟ ଗାର୍ଡେନରେ ସାର୍ସ ମହାମାରୀ ବ୍ୟାପିବରୁ ଏହି ବିଲ୍ଡିଂର ୩୪୨ ଜଣ ଅସୁସ୍ଥ ହୋଇପଡିଥିଲେ ଓ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ବିଲ୍ଡିଂରେ ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଏହି ଜୀବାଣୁ ସଂକ୍ରମିତ ହୋଇଥିଲା।

Advertisment

ଦ ଲାନସେଟରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଗୋଟିଏ ସ୍ଥାନରେ ଅଧିକ ସଂକ୍ରମିତ ଲୋକଙ୍କ ଉପସ୍ଥିତି ଯୋଗୁଁ ଏହି ଜୀବାଣୁ ପରିବେଶରେ ବହୁ ପରିମାଣରେ ଉପସ୍ଥିତ ରହିଥାଏ। ଭାରତରେ ମଧ୍ୟ ଏହି ଆଶଙ୍କା ରହିଛି। ଏପରି ସ୍ଥିତିରେ, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଯଦି ଅନେକ ଲୋକ ଗୋଟିଏ ଆପାର୍ଟମେଣ୍ଟରେ ସଂକ୍ରମିତ ହୁଅନ୍ତି, ତେବେ ଏହା ସମ୍ଭବ ଯେ ଭାଇରସ୍ ସେମାନଙ୍କ ପାଇପ୍ ଲାଇନରେ ଥିବା ଅନ୍ୟ ଆପାର୍ଟମେଣ୍ଟରେ ପହଞ୍ଚିପାରେ ଯାହା ମାଧ୍ୟମରେ ସେମାନେ ସଂଯୁକ୍ତ ଅଟନ୍ତି। ଏହି ପରିସ୍ଥିତିରେ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ।

Advertisment
Advertisment