Advertisment

ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, କ୍ୱାରେଣ୍ଟିନ୍‌ରେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏହି ଭାଇରସ ଏବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଏନେଇ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ୧୧ ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଜଣାପଡିଛି। ଏନେଇ ମନ୍ତ୍ରଣାଳୟକୁ ସାନିଟାଇଜ୍‌ […]

ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, କ୍ୱାରେଣ୍ଟିନ୍‌ରେ କର୍ମଚାରୀ

corona

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏହି ଭାଇରସ ଏବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଏନେଇ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି।

Advertisment

ଅନ୍ୟପକ୍ଷରେ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ୧୧ ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଜଣାପଡିଛି। ଏନେଇ ମନ୍ତ୍ରଣାଳୟକୁ ସାନିଟାଇଜ୍‌ କରାଯିବା ସହିତ ନିୟମ ଅନୁଯାୟୀ ଅନ୍ୟମାନେ କ୍ୱାରେଣ୍ଟିନ୍‌ରେ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଅଢ଼େଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ସେଥିମଧ୍ୟରୁ ୧ଲକ୍ଷ ୨୫ହଜାର ୩୮୧ ଟି ଆକ୍ଟିଭ କେସ୍‌ ରହିଛି। କରୋନାରେ ମୃତ୍ୟୁ ସଂଖ୍ୟା ୭୧୩୫ରେ ପହଞ୍ଚିଛି। ସେହିପରି ୧ଲକ୍ଷ ୨୪ ହଜାର ୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ