Advertisment

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ସେହି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିପାରିବେ ଯେଉଁମାନଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ନଥିବ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ କିମ୍ୱା ଜ୍ୱର ହୁଏ ତେବେ ସେମାନେ ଘରେ ରହିବେ। ଏହା ବ୍ୟତୀତ […]

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେଲା ନୂଆ ନିୟମ

office

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ସେହି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିପାରିବେ ଯେଉଁମାନଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ନଥିବ।

Advertisment

ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ କିମ୍ୱା ଜ୍ୱର ହୁଏ ତେବେ ସେମାନେ ଘରେ ରହିବେ। ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଅଧିକାରୀ ଓ କର୍ମଚାରୀମାନେ ଘରେ ରହି କାମ କରିବେ। ଯେପର୍ଯ୍ୟନ୍ତ ସେମାନଙ୍କର ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ନ ଉଠିଛି ସେ ପର୍ଯ୍ୟନ୍ତ ସେମାନେ ଘରେ ରହି କାମ କରିବେ।

ନିୟମ ଅନୁଯାୟୀ, ଗୋଟିଏ ଦିନରେ ୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ କାମ କରିବେ ନାହିଁ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଉଛି।  ଯଦି ଗୋଟିଏ କ୍ୟାବିନ୍‌ରେ ଦୁଇଜଣ ଅଧିକାରୀ କାମ କରୁଛନ୍ତି, ତେବେ ସେମାନେ ଦିନେ ଛାଡି ଦିନେ ଆସିବେ। ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ଯଦି ସେମାନେ ମାସ୍କ ନ ପିନ୍ଧନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆହୁରି ମଧ୍ୟ ସାମାଜିକ ଦୂରତା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡିବ।

Advertisment

ଲକ୍‌ଡାଉନ୍‌ ସତ୍ତ୍ୱେ ବି ଦେଶରେ କରୋନା ଭାଇରସ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରପୋର୍ଟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୫୯୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୪୬୬ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହିତ ୨୪ଘଣ୍ଟାରେ ୯୯୮୭ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୨୬୬ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଖୁସି ଖବର ମଧ୍ୟ ୧୨୯୨୧୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ