coronavirus-q
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ। କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କଟକ- ୧୬୪, ମୟୂରଭଞ୍ଜ- ୧୦୩, ସୁନ୍ଦରଗଡ଼- ୧୦୨, ସୁବର୍ଣ୍ଣପୁର- ୯୯, କେନ୍ଦୁଝର- ୮୯, ବଲାଙ୍ଗିର- ୮୬, ବରଗଡ଼- ୭୯, ଯାଜପୁର- ୭୫, ଅନୁଗୁଳ- ୭୩, ନବରଙ୍ଗପୁର- ୭୩ ଜଣ ସୁସ୍ଥ ହୋଇଛନ୍ତି।
ବାଲେଶ୍ୱର- ୭୨, ଜଗତସିଂହପୁର- ୬୭, କଳାହାଣ୍ଡି- ୬୫, ନୟାଗଡ଼- ୬୩, କେନ୍ଦ୍ରାପଡ଼ା- ୬୧, ସମ୍ବଲପୁର- ୫୩, ପୁରୀ- ୪୭, ଝାରସୁଗୁଡ଼ା- ୪୬, ନୂଆପଡ଼ା- ୪୩, ଭଦ୍ରକ- ୪୦, ଢ଼େଙ୍କାନାଳ- ୩୮, କୋରାପୁଟ- ୩୦, ମାଲକାନଗିରି- ୨୯ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ସେହିପରି କନ୍ଧମାଳ- ୨୭, ଗଞ୍ଜାମ- ୨୨, ବୌଦ୍ଧ- ୧୮, ଦେବଗଡ଼- ୧୫, ରାୟଗଡ଼ା- ୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଷ୍ଟେଟପୁଲ୍ରୁ ୫୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୨୬୮୧୧୫ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-q_1625178767.jpg)