coronavirus-1
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳର ୧୧୦ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଆଜି ସୁନ୍ଦରଗଡ଼ରୁ ୮୯, ବାଲେଶ୍ୱର ଓ ବଲାଙ୍ଗୀରରୁ ୭୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଓ କେଉଁଝରରୁ ୭୪ ଲେଖାଁ ସୁସ୍ଥ ହୋଥିବା ବେଲେ ମୟୂରଭଞ୍ଜରୁ ୬୫, ନୂଆପଡ଼ା ୬୧, ଜଗତସିଂହପୁର ୫୯, ବରଗଡ଼ ୫୭, କେନ୍ଦ୍ରାପଡ଼ ୪୪, ପୁରୀ ୪୩, ଢେଙ୍କାନାଳ ୩୮ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମ୍ବଲପୁରରୁ ୩୦, ଯାଜପୁର ୨୮, କଳାହାଣ୍ଡି ୨୫, ଗଞ୍ଜାମ ୨୨, ଭଦ୍ରକ ଓ କୋରାପୁଟ ୨୦, ନବରଙ୍ଗପୁର ୧୮, କନ୍ଧମାଳ ୧୩, ଝାରସୁଗୁଡ଼ା ୧୨, ରାୟଗଡ଼ା ୧୧, ଦେବଗଡ଼ ଓ ନୟାଗଡ଼ ୯, ସୋନପୁର ୮, ମାଲକାନଗିରି ୬, ଗଜପତି ୩, ବୌଦ୍ଧରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୩୭୪୧ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-1-1_1625121767.jpg)