Advertisment

ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ’ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ […]

ଆରମ୍ଭ ହେଲା କରୋନା ଭ୍ୟାକସିନର ହ୍ୟୁମାନ୍ କ୍ଲିନିକାଲ୍ ଟ୍ରାଏଲ୍

cova

Advertisment

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସରେ ସ୍ୱଦେଶୀ କରୋନା ଭ୍ୟାକସିନ୍ 'କୋଭାକ୍ସିନ'ର ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପାଇଁ ୧୧୨୫ଜଣ ସୁସ୍ଥ ଲୋକଙ୍କର ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରଥମେ ୩୭୫ ନମୁନା ଉପରେ ଅଧ୍ୟୟନ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ରଖାଯାଇଛି।

Advertisment

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଲୋକଙ୍କ ନମୁନା ନିଆଯିବ। ସେମାନଙ୍କ ବୟସ ୧୨ରୁ ୬୫ ବର୍ଷ ମଧ୍ୟରେ ରହିବ। ତେବେ କେବଳ ସୁସ୍ଥ ଲୋକଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଅନ୍ୟ କୌଣସି ରୋଗଥିବା ବ୍ୟକ୍ତିଙ୍କ ଦେହରେ ଭ୍ୟାକସିନ ପରୀକ୍ଷା ହୋଇପାରିବ ନାହିଁ ବୋଲି ଦିଲ୍ଲୀ AIIMS ନିର୍ଦ୍ଦେଶକ କହିଛନ୍ତି। ଆଜିଠୁ ଦିଲ୍ଲୀ ଏମ୍ସରେ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବା ଅବସରରେ ସେ ଏହା କହିଛନ୍ତି।

ସେ କହିଛନ୍ତି, କରୋନା ଭ୍ୟାକସିନ୍ ଟ୍ରାଏଲ୍ ସମୟରେ ଲୋକଙ୍କୁ କିଛି ଡୋଜ୍ ଦିଆଯିବ। ଡୋଜ୍ ଦିଆଯିବା ପରେ ଭଲ୍ୟୁଣ୍ଟିୟର୍ସଙ୍କ ସର୍ଭେଲାନ୍ସ କରାଯିବ, ଯାହାଦ୍ୱାରା ଏଥିରୁ ସାଇଡ୍ ଇଫେକ୍ଟ ହେବ କି ନାହିଁ ତାହା ଜଣାପଡ଼ିବ। ଡାଟା ମନିଟରିଂ ବୋର୍ଡ ଏହାର ଡାଟା ପ୍ରସ୍ତୁତ କରିବ। ଯଦି ଆମକୁ ଲାଗିବ ଯେ ଏହା ସୁରକ୍ଷିତ, ତାହେଲେ ଆମେ ଆଗକୁ ବଢ଼ିବୁ ଏବଂ ଡୋଜର ମାତ୍ରା ବଢ଼ାଇବୁ।

Advertisment

ଏମ୍ସ ନିର୍ଦ୍ଦେଶକ ଆହୁରି କହିଛନ୍ତି, 'ଆମେ ଟ୍ରାଏଲ୍ ପାଇଁ ଉଭୟ ମହିଳା ଓ ପୁରୁଷଙ୍କ ଚୟନ କରୁଛୁ। ତେବେ ମହିଳାଙ୍କର ପ୍ରେଗନାନ୍ସି ରିପୋର୍ଟ ନେଗେଟିଭ୍ ହେବା ଦରକାର। ପ୍ରଥମ ୩ ଏମଜି ଏବଂ ତା' ପରେ ୬ ଏମଜି ଡୋଜ୍ ଦିଆଯିବ। ତେବେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଭ୍ୟାକସିନ୍ ସୁରକ୍ଷିତ ହେବା ଦରକାର।

ଦୁଇ-ତିନି ମାସ ପରେ ଫେଜ୍ର ରେଜଲ୍ଟ ଆମ ପାଖରେ ରହିବ। ଭ୍ୟାକସିନ୍ ଦେବା ପରେ ଆମେ ଦେଖିବୁ ଯେ ସେହି ବ୍ୟକ୍ତି ଜଣଙ୍କ ଶରୀରରେ ଆଣ୍ଟି ବଡିଜ୍ ବିକଶିତ ହେଉଛି କି ନାହିଁ। ଯଦି କୌଣସି ସାଇଡ୍ ଇଫେକ୍ଟ ହୁଏ, ତାହେଲେ ତାକୁ ମନିଟର୍ କରାଯିବ।' ସୂଚନାଯୋଗ୍ୟ, ଦେଶର ୧୨ଟି ମେଡିକାଲରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ। ତା ମଧ୍ୟରେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ବି ରହିଛି। ସମ୍ ହସ୍ପିଟାଲରେ ଆସନ୍ତା ବୁଧବାରଠାରୁ ଏହି ଟ୍ରାଏଲ୍ ଆରମ୍ଭ ହେବାର ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ