Advertisment

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫,୦୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ କିଛି ଦିନ ଭିତରେ ଏହା ସର୍ବନିମ୍ନ। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ଲକ୍ଷ ଟପିଛି। ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୫୫,୬୨,୬୬୪ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୧୦୫୩ […]

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

covid19

Advertisment

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୫,୦୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ କିଛି ଦିନ ଭିତରେ ଏହା ସର୍ବନିମ୍ନ। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ଲକ୍ଷ ଟପିଛି। ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୫୫,୬୨,୬୬୪ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୧୦୫୩ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮,୯୩୫ରେ ପହଞ୍ଚିଛି। ତେବେ ଆଶ୍ବସ୍ତିକର କଥା ହେଉଛି, ଦିନକରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୧,୦୧,୪୬୮ଜଣ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସୁସ୍ଥ ସଂଖ୍ୟା ୪୪,୯୭,୮୬୮ରେ ପହଞ୍ଚିଛି।

ଦେଶରେ କରୋନା ରିଭକରୀ ରେଟ୍ ୮୦.୮୬ ପ୍ରତିଶତ ରହିଛି। ସେହିପରି ଆକ୍ଟିଭ୍ ମାମଲା ୧୭.୫୪ ପ୍ରତିଶତ ଅର୍ଥାତ୍ ୯,୭୫,୬୮୧ ରହିଛି। ମୃତ୍ୟୁ ହାର ୧.୫୯ ପ୍ରତିଶତ ଏବଂ ପଜିଟିଭ୍ ରେଟ୍ ୮.୦୨ ପ୍ରତିଶତରେ ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୯,୩୩,୧୮୫ ସାମ୍ପୁଲ୍ ଟେଷ୍ଟ କରାଯାଇଛି। ଏହାସହ ଦେଶରେ ଏପର୍ଯ୍ୟନ୍ତ ୬କୋଟି ୫୩ଲକ୍ଷ ୨୫ହଜାର ୭୭୯ ଟେଷ୍ଟ ହୋଇସାରିଛି।

Advertisment

ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ୧୯,୪୧,୨୩୮ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଏଥିରୁ ୧୭,୨୩,୦୬୬ଜଣ ସୁସ୍ଥ ହୋଇଛନ୍ତି। ଚଳିତ ସାମରେ ୨୪,୪୪୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ