police
ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ପୋଲିସ ଅଧିକାରୀଙ୍କ ସମେତ ଅତି କମ୍ରେ ୩୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୨୫୬୨ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅଧିକାରୀ କହିଛନ୍ତି, ମୃତ ୩୩ ପୋଲିସ କର୍ମଚାରଙ୍କ ମଧ୍ୟରୁ ୧୮ ଜଣ ମୁମ୍ୱାଇ ପୋଲିସ କର୍ମଚାରୀ। ରାଜ୍ୟ ପୋଲିସ ଫୋର୍ସର ୧୪୯୭ କର୍ମଚାରୀଙ୍କ ମଧ୍ୟରୁ ୧୯୬ ଜଣ ହେଉଛନ୍ତି ପୋଲିସ ଅଧିକାରୀ। ସମସ୍ତେ ଏବେ କୋଭିଡ-୧୯ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଅଢ଼େଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ସେଥିମଧ୍ୟରୁ ୧ଲକ୍ଷ ୨୫ହଜାର ୩୮୧ ଟି ଆକ୍ଟିଭ କେସ୍ ରହିଛି। କରୋନାରେ ମୃତ୍ୟୁ ସଂଖ୍ୟା ୭୧୩୫। ତେବ ଏତିକି ଖୁସି ଖବର ଯେ, ୧ଲକ୍ଷ ୨୪ ହଜାର ୯୫ ଜଣ ସୁସ୍ଥ ହୋଇ ଘରୁକୁ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police-6_1626696470.jpg)