Advertisment

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ମୁମ୍ୱାଇ: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ମହାରାଷ୍ଟ୍ରର ୨୭୮ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ପୋଲିସ୍ ଫୋର୍ସରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୫୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ପ୍ରାଣ ହରାଇଛନ୍ତି। ଏନେଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ୱାଇରେ ସର୍ବାଧିକ ୪୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ମଧ୍ୟ ଅଛନ୍ତି। […]

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

police22

Advertisment

ମୁମ୍ୱାଇ: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ମହାରାଷ୍ଟ୍ରର ୨୭୮ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ପୋଲିସ୍ ଫୋର୍ସରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୫୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ପ୍ରାଣ ହରାଇଛନ୍ତି।

Advertisment

ଏନେଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ୱାଇରେ ସର୍ବାଧିକ ୪୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଅଧିକାରୀ ମଧ୍ୟ ଅଛନ୍ତି। ସଂକ୍ରମଣରୁ ଏପର୍ଯ୍ୟନ୍ତ ୪୫୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।  ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହି ସମୟ ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର ହୋଇଛି ।

Advertisment

ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ହୋଇଛି।  ଏଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା୨୧ ହଜାର ୧୨୯ ଥିବାବେଳେ ଆକ୍ଟିଭ କେସ୍ ୨ ଲକ୍ଷ ୬୯ ହଜାର ୭୮୯ ଅଛି। ସୁସ୍ଥ ହେଲେଣି ୪ ଲକ୍ଷ ୭୬ ହଜାର ୩୭୭।

ସୂଚନାଥାଉ କି, କେବଳ ମହାରାଷ୍ଟ୍ରରୁ ୨ ଲକ୍ଷ ୨୩ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୯ହଜାର ୪୪୮ରେ ପହଞ୍ଚିଛି । ଦିଲ୍ଲୀରେ ୩ହଜାର ୨୧୩, ଗୁଜରାଟ ୧ହଜାର ୯୯୩, ତାମିଲନାଡୁରେ ୧୭୦୦ ମୃତ୍ୟୁ ଘଟିଛି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ