Advertisment

ଖୁସି ଖବର, ରାଜ୍ୟରେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ ହଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧ ହଜାର ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭,…

ଅଦ୍ୟତନ ହୋଇଛି
ଖୁସି ଖବର, ରାଜ୍ୟରେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ

corona cases

Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ ହଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧ ହଜାର ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭, ଯାଜପୁରରୁ ୭୫୬, ସମ୍ବଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡ଼ରୁ ୪୧୯, ନବରଙ୍ଗପୁରରୁ ୪୧୦, ବାଲେଶ୍ୱରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୬, ବଲାଙ୍ଗିରରୁ ୨୯୪, ଝାରସୁଗୁଡ଼ାରୁ ୨୯୨, କୋରାପୁଟରୁ ୨୫୮, ବରଗଡ଼ରୁ ୨୫୨, କେନ୍ଦୁଝରରୁ ୨୪୪, ସୁବର୍ଣ୍ଣପୁରରୁ ୨୨୦, ଗଞ୍ଜାମରୁ ୨୧୮, କେନ୍ଦ୍ରାପଡ଼ାରୁ ୧୯୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ଏହି ସୁସ୍ଥ ସଂଖ୍ୟା ମିଶି ରାଜ୍ୟରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୬ ଲକ୍ଷ ୩୫ ହଜାର ୧୭୯କୁ ବୃଦ୍ଧି ପାଇଛି ।

Advertisment

 ଅନ୍ୟପଟ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକରୁ ସର୍ବାଧିକ ୧,୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ପରେ ଖୋର୍ଦ୍ଧାରୁ ୮୦୯ ଓ କେନ୍ଦ୍ରାପଡ଼ାରୁ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୪୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୩୧୭୫ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫ରେ ପହଞ୍ଚିଛି ।

Advertisment

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳରୁ ୫, ସୁନ୍ଦରଗଡ଼ରୁ ୪, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୬୫୧ରେ ପହଞ୍ଚିଛି ।

COVID-19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ