vodaphone
ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ ନିଜ ପସନ୍ଦର ପ୍ଲାନ୍ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି ଯେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଯିବେ କେଉଁଟା ନେବେ। ତେବେ ଆମେ ଏଠାରେ ଆପଣଙ୍କୁ ଭୋଡାଫୋନ ଆଇଡିଆର ସବୁଠାରୁ ଶସ୍ତା ୫ଟି ପ୍ରିପେଡ ଅଫର ବିଷୟରେ କହିବୁ। ଶୁଣି ଆଶ୍ଚର୍ଯ୍ୟ ହେବେ ଏହାର ଦାମ୍ ୧୯ଟଙ୍କାରୁ ଆରମ୍ଭ ହୋଇ ୨୬୯ ପର୍ଯ୍ୟନ୍ତ ରହିଛି। ଏହାର ଭାଲିଡିଟି ୨ ଦିନରୁ ୫୬ ଦନ ପର୍ଯ୍ୟନ୍ତ ରହିଛି।
୧୯ ଟଙ୍କାର ପ୍ରିପେଡ୍ ପ୍ଲାନ୍
ଭୋଡାଫୋନର ସବୁଠାରୁ ଶସ୍ତା ପ୍ଲାନର ଦାମ ରହିଛି ୧୯ ଟଙ୍କା। ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୨ ଦିନର ଭାଲିଡିଟି ମିଳିବ। ଏଥିସହିତ 200MB ଡାଟା ଏବଂ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ରହିବ। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍ସ୍କ୍ରିବ୍ସନ ମଧ୍ୟ ମିଳିବ।
୧୨୯ ଟଙ୍କାର ପ୍ରିପେଡ ପ୍ଲାନ
୧୨୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ଦେଉଛି ୧୪ ଦିନର ଭାଲିଡିଟି ଏବଂ ଅନ୍ଲିମିଟେଡ୍ କଲିଂ ସୁବିଧା। ଏଥିସହିତ ରହିଛି 2GB ଡାଟା ଏବଂ ୩୦୦ ଏସଏମ୍ଏସ୍ ସୁବିଧା। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍ସ୍କ୍ରିବ୍ସନ ମଧ୍ୟ ମିଳିବ।
୧୪୯ ଟଙ୍କାର ପ୍ରିପେଡ ପ୍ଲାନ
୧୪୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ଦେଉଛି ୨୮ ଦିନର ଭାଲିଡିଟି । ଏହି ପ୍ଲାନ୍ରେ ମିଳିବ ଅନ୍ଲିମିଟେଡ୍ କଲିଂ ସୁବିଧା, 2GB ଡାଟା ଏବଂ ୩୦୦ ଏସଏମ୍ଏସ୍ ସୁବିଧା। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍ସ୍କ୍ରିବ୍ସନ ମଧ୍ୟ ମିଳିବ।
୧୯୯ ଟଙ୍କାର ପ୍ରିପେଡ ପ୍ଲାନ
୧୯୯ ଟଙ୍କାର ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ୨୧ ଦିନର ଭାଲିଡିଟି ଦେଉଛି। ଯେଉଁମାନେ ବେଶି ଡାଟା ୟୁଜ୍ କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ଭଲ ହେବ। ଏହି ପ୍ଲାନ୍ରେ ଅନ୍ଲିମିଟେଡ୍ କଲିଂ ସୁବିଧା ସହ ପ୍ରତିଦିନ 1 GB ଡାଟା ଏବଂ 100 ଏସଏମ୍ଏସ୍ ସୁବିଧା ଦେଉଛି କମ୍ପାନୀ । ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍ସ୍କ୍ରିବ୍ସନ ମଧ୍ୟ ମିଳିବ।
୨୬୯ ଟଙ୍କାର ପ୍ରିପେଡ ପ୍ଲାନ
ଏହି ପ୍ଲାନରେ ଭୋଡାଫୋନ ଆଇଡିଆ ତାର ଉପଭୋକ୍ତାଙ୍କୁ ୫୬ ଦିନର ଭାଲିଡିଟି ଦେଉଛି। ଅନ୍ୟ ପ୍ଲାନ ପରି ଏଥିରେ ମଧ୍ୟ ଅନ୍ଲିମିଟେଡ କଲ୍ ସୁବିଧା ରହିଛି। ଏଥିସହିତ ୬ଜିବି ଡାଟା ଏବଂ ୬୦୦ ଏସଏମ୍ଏସ ମଧ୍ୟ ମିଳିବ। ଭୋଡ଼ାଫୋନ ପ୍ଲେ ଏବଂ ZEE 5 ପରି ଆପ୍ସର ସବ୍ସ୍କ୍ରିବ୍ସନ ମଧ୍ୟ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vodaphone_1626068329.jpg)