Advertisment

Silver Price: ସୁନାକୁ ବଳିଗଲା ରୁପା, ଭାଙ୍ଗିଲା ସର୍ବକାଳୀନ ରେକର୍ଡ ଦର

ରୁପା କେଜି ପିଛା ୨ ଲକ୍ଷ ଟପିଲା। ରୁପା ୨ ଲକ୍ଷ ୬ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ୨ଦିନରେ ରୁପା ୧୬ ହଜାର ଟଙ୍କା ମହଙ୍ଗା ହୋଇଛି। ରୁପା ଯୋଗାଣ ବାଧାପ୍ରାପ୍ତ ଯୋଗୁଁ ହୁ ହୁ ହୋଇ ଦର ବଢୁଛି।

silver

silver Photograph: (OTV)

Advertisment

ରେକର୍ଡ ଭାଙ୍ଗିଲା ରୁପାସୁନାକୁ ବଳିଗଲା। ପ୍ରଥମ ଥର ପାଇଁ କେଜି ପିଛା ୨ ଲକ୍ଷ ଟପିଲା ରୁପା ଦର। ଭୁବନେଶ୍ବରରେ ରୁପା କେଜି ୨ ଲକ୍ଷ ୬ ହଜାର ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ଇତିହାସ ରଚିଛି ସିଲଭର୍। କେବଳ ଗତ ଦୁଇଦିନରେ ରୁପା ୧୬ ହଜାର ଟଙ୍କା ମହଙ୍ଗା ହୋଇଛି। 
ଚଳିତ ମାସ ୬ ତାରିଖ ପରଠାରୁ ରୁପା ଦାମରେ ୪୧ ହଜାର ଟଙ୍କାର ବୃଦ୍ଧି ହୋଇଛି। ରୁପା ମହଙ୍ଗା ହେବାର ପ୍ରମୁଖ କାରଣ ହେଉଛି ବଜାରରେ ଅଧିକ ରୁପା ନାହିଁ। ଲଣ୍ଡନ ମେଟାଲ୍ ଏକ୍ସଚେଞ୍ଜରୁ ବିପୁଳ ପରିମାଣର ରୁପା ଆମେରିକା ପଠାଇ ଦିଆଯାଇଛି । ରୁପାକୁ ଗହଣା, ବାସନକୁସନ, ଉପହାର ସାମଗ୍ରୀ ବ୍ୟତୀତ ବିପୁଳ ପରିମାଣରେ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି। 
ଭାରତରେ ଧନୀ ବ୍ୟକ୍ତିବିଶେଷ ଓ ବଡ଼ ବଡ଼ ସଂସ୍ଥାଗୁଡ଼ିକ ରୁପାରେ ନିବେଶ କରୁଛନ୍ତି। ସେଥିପାଇଁ ଗତ ମେ’ ମାସରୁ ବିପୁଳ ପରିମାଣର ରୁପା ଆମଦାନି କରାଯାଉଛି। କିନ୍ତୁ ଅକ୍ଟୋବରରେ ରୁପାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେପଟେ ସୁନା ମଧ୍ୟ ପଛରେ ନାହିଁ । 
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୭ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୧୭ ହଜାର ୬୫୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ୨୮ ହଜାର ୩୫୦ ଟଙ୍କା ହୋଇଛି। ଗତ ୯ ଦିନ ମଧ୍ୟରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୮୬୦୦ ଟଙ୍କା ବଢ଼ିଛି।  ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ନିବେଶକମାନେ ସୁନା ରୁପାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି ।

Advertisment
Silver Price Increase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ