Advertisment

From Waste to Wealth: ଗୋବରର ଏତେ ଡିମାଣ୍ଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତ କରୁଛି…

ଆମେରିକା ଏବଂ ୟୁରୋପ ସମେତ ଅନେକ ଦେଶରେ ରାସାୟନିକ ସାର ପ୍ରୟୋଗ କରି ଚାଷ ହେଉଥିବା ଯୋଗୁଁ ତାହା ଖାଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଆଉ ଏହି ଚିନ୍ତା ହେତୁ ଗୋବର ଖତ ବ୍ୟବହାର ବୃଦ୍ଧି ପାଇଛି। ଅଧ୍ୟୟନରୁ ଜଣାପଡିଛି, ରାସାୟନିକ ସାର କର୍କଟ ଭଳି ରୋଗର ଆଶଙ୍କା ବୃଦ୍ଧି କରେ।

cow dunk

cow dung Photograph: (OTV)

Advertisment

  ହିନ୍ଦୁ ଧର୍ମରେ ଗାଈର ଗୋବରକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଦ୍ଧ ବୋଲି ବିବେଚନା କରାଯାଏ । ପୂଜା, ଯଜ୍ଞ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଏହାକୁ ବ୍ୟବହାର କରାଯାଏ । ଗୋବରରେ ଘର ଲିପିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେଉଥିବା ବିଶ୍ୱାସ କରାଯାଏ । ଭୂମିକୁ ପବିତ୍ର କରିବା, ଯଜ୍ଞରେ ଗୋବର ଘଷି ଜାଳିବା ଏବଂ ଗୋବର୍ଦ୍ଧନ ପୂଜା ଭଳି ସମାରୋହରେ ଏହାର ବିଶେଷ ଗୁରୁତ୍ୱ ରହିଛି । ଭାରତରେ ଗୋବରର ଉଭୟ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଥିବା ସହିତ ଚାଷକାମରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Advertisment

 ଗୋବରରେ ଜୀବାଣୁନାଶକ ଗୁଣ ମଧ୍ୟ ରହିଛି । ଗୋବରରେ ଘର ଓ ଅଗଣା ଲିପିବା ଦ୍ୱାରା କୀଟପତଙ୍ଗ, ମଶା ଏବଂ ଜୀବାଣୁକୁ ଦୂରେଇ ରୁହନ୍ତି । ପ୍ରାଚୀନ କାଳରେ ମଶା ଦାଉରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ଔଷଧ କିମ୍ବା ଆଧୁନିକ ସାନିଟାଇଜର ବ୍ୟବହାର କରାଯାଉନଥିଲା ବରଂ ଲୋକଙ୍କ ପାଇଁ ଗୋବର ଏକ ପ୍ରାକୃତିକ ସୁରକ୍ଷା କବଚ ଭାବରେ  କାର୍ଯ୍ୟ କରୁଥିଲା। ଏଥିରେ ଥିବା ଜୈବିକ କାରକ ଗୁଡ଼ିକ ଘରର ବାୟୁକୁ ମଧ୍ୟ ଶୁଦ୍ଧ କରିଥାଏ। ତେଣୁ ଅଧିକ ତାପମାତ୍ରା ଥିବା ଅଞ୍ଚଳରେ ପୂର୍ବରୁ ଲୋକମାନେ ଗୋବରରେ ଲିପୁଥିଲେ, ଯାହା ଘରକୁ ଥଣ୍ଡା ରଖିବା ସହ ଧୂଳିକଣାକୁ ରୋକିବାରେ ସାହାଯ୍ୟ କରୁଥିଲା ।
 ପ୍ରାକୃତିକ ଗୁଣବତ୍ତା ଯୋଗୁଁ ଅନେକ ଦେଶ ଭାରତ ଠାରୁ ଗୋବର କିଣନ୍ତି । ଆମେରିକା, ଚୀନ୍, ମାଳଦ୍ୱୀପ, ଆମେରିକା, ସିଙ୍ଗାପୁର, କୁଏତ, ନେପାଳ, ବ୍ରାଜିଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସାଉଦି ଆରବ ଭଳି ଦେଶଗୁଡ଼ିକ ଭାରତରୁ ଗୋବର ଆମଦାନୀ କରନ୍ତି। ଏବେ ପ୍ରଶ୍ନ ଉଠେ ଏତେ ଦେଶ ଭାରତରୁ ଗୋବର କାହିଁକି କିଣନ୍ତି?
 

ପ୍ରତିବର୍ଷ ଭାରତରେ କେତେ ଗୋବର ଉତ୍ପାଦନ ହୁଏ?

ଭାରତରେ ପ୍ରାୟ  ୩୦ କୋଟି ଗାଈଗୋରୁ ଅଛନ୍ତି । ଫଳରେ ଆମ ଦେଶରେ ପ୍ରତିଦିନ ପ୍ରାୟ ୩ କୋଟି ଟନ୍ ଗୋବର ଉତ୍ପାଦନ ହୁଏ । ଭାରତରେ ଗୋବର ମୁଖ୍ୟତଃ ଘଷି ତିଆରି କରିବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଚୀନ୍ ଏବଂ ବ୍ରିଟେନ୍ ଭଳି ଦେଶରେ ଏହାକୁ ବିଦ୍ୟୁତ୍ ଏବଂ ବାୟୋଗ୍ୟାସ୍ ଉତ୍ପାଦନ କରିବା ପାଇଁ  ବ୍ୟବହାର କରାଯାଏ । ଭାରତ ଭଳି ବିଶ୍ୱର ଅନେକ ଦେଶରେ କୃଷିରେ ଗୋବରକୁ ସାର ଭାବରେ ବ୍ୟବହାର କରାଯାଏ।
 
ରିପୋର୍ଟ ଅନୁସାରେ ଭାରତରୁ ରପ୍ତାନି ହେଉଥିବା ଗୋବରର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଅନ୍ୟପକ୍ଷରେ ଗୋବରର ଗୁଣ୍ଡର, ସାର ଏବଂ ଘଷି ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ରହିଥାଏ ।  ଉଦାହରଣ ସ୍ୱରୂପ, ଉଚ୍ଚମାନର ଗୋବର ଗୁଣ୍ଡର ମୂଲ୍ୟ ଗୋବର ଘଷିର ମୂଲ୍ୟ ଠାରୁ ଭିନ୍ନ।
 

Advertisment

ବିଦେଶରେ ଭାରତରୁ ରପ୍ତାନୀ ଗୋବରର ଚାହିଦା କାହିଁକି ?

ବିଶ୍ୱର ଅନେକ ଦେଶ ଭାରତରୁ ଗୋବର କିଣୁଛନ୍ତି। ଗତ ବର୍ଷ କେବଳ କୁଏତ ଭାରତକୁ ୧୯୨ ମେଟ୍ରିକ୍ ଟନ୍ ଗୋବର ପାଇଁ ଅର୍ଡର ଦେଇଥିଲା, ଯାହାକୁ ଭାରତ ପୂରଣ କରିଥିଲା। ଏବେ ପ୍ରଶ୍ନ ହେଉଛି ଏତେ ଦେଶ ଭାରତରୁ ଗୋବର କାହିଁକି କିଣୁଛନ୍ତି?
 
ଜୈବିକ କୃଷିର ଚାହିଦା ବୃଦ୍ଧି:  ସାରା ବିଶ୍ୱରେ ଜୈବିକ କୃଷି ଧୀରେ ଧୀରେ ଲୋକପ୍ରିୟତା ହାସଲ କରୁଛି । ଦେଶଗୁଡ଼ିକ ରାସାୟନିକ ସାର ଅପେକ୍ଷା ଜୈବିକ ସାରକୁ ପ୍ରାଥମିକତା ଦେଉଛନ୍ତି। ଗୋବରରୁ ତିଆରି ଖତକୁ ଏକ ବିକଳ୍ପ ଭାବରେ ବିଚାର କରାଯାଉଛି।
 
ଉତ୍ପାଦନ ବୃଦ୍ଧି କରିବାର ଉପାୟ: ଗୋବର ବ୍ୟବହାର କେବଳ ଉତ୍ପାଦନ ବୃଦ୍ଧି କରିବା ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ମାଟିର ଉର୍ବରତାକୁ ଉନ୍ନତ କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ । କୁୱେତ କୃଷି ବୈଜ୍ଞାନିକଙ୍କ ଅନୁସାରେ, ଭାରତୀୟ ଗୋବର ଗୁଣ୍ଡ ବ୍ୟବହାର କରିବା ଦ୍ୱାରା ଖଜୁରୀ ଗଛର ଆକାର ଶୀଘ୍ର ବୃଦ୍ଧି ପାଇବା ସହ ଉତ୍ପାଦନ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିଛି ।
 
ଭାରତରେ ଅଧିକ ଉପଲବ୍ଧତା: ଭାରତର ଗୋରୁ ସଂଖ୍ୟା ଏବଂ ଅଧିକ ଗୋବର ଉତ୍ପାଦନ ଅନେକ ଦେଶକୁ ଭାରତ ଆଡ଼କୁ ଆକର୍ଷିତ କରେ। ଅନ୍ୟପକ୍ଷରେ ଭାରତ ମଧ୍ୟ ସେମାନଙ୍କର ଗୋବର ଚାହିଦା ପୂରଣ କରେ। ଏହି କାରଣରୁ ବିଶ୍ୱର ଅନେକ ଦେଶ ଗୋବର ଆମଦାନୀ ପାଇଁ ଭାରତ ଆଡକୁ ମୁହାଁଇଥାନ୍ତି।
 
କ୍ଷତି ରୋକିବା ପାଇଁ ପ୍ରୟାସ: ଆମେରିକା ଏବଂ ୟୁରୋପ ସମେତ ଅନେକ ଦେଶରେ ରାସାୟନିକ ସାର ପ୍ରୟୋଗ କରି ଚାଷ ହେଉଥିବା ଯୋଗୁଁ ତାହା ଖାଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଆଉ ଏହି ଚିନ୍ତା ହେତୁ ଗୋବର ଖତ ବ୍ୟବହାର ବୃଦ୍ଧି ପାଇଛି। ଅଧ୍ୟୟନରୁ ଜଣାପଡିଛି, ରାସାୟନିକ ସାର କର୍କଟ ଭଳି ରୋଗର ଆଶଙ୍କା ବୃଦ୍ଧି କରେ।
 
ବିଶ୍ୱର ଅନେକ ଦେଶରେ ଜଳସମ୍ପଦ ସୀମିତ ଓ ମାଟି ମଧ୍ୟ ଉର୍ବର ନୁହେଁ । ଏପରି ଦେଶ ଗୁଡ଼ିକ ଚାଷ ପାଇଁ  ମୁଖ୍ୟତଃ ଭାରତରୁ ଗୋବର ଆମଦାନି କରନ୍ତି ।

India Cow Dung
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ