Advertisment

Gold And Silver Prices Update: ସୁନା ଓ ରୁପା ଦରରେ ବଡ ପରିବର୍ତ୍ତନ... ଜାଣନ୍ତୁ କେତେ ରହିଛି ମୂଲ୍ୟ...

ସୁନା ଦର କମିଥିବାରୁ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ଏହି ନୂଆ ମୂଲ୍ୟ। କିନ୍ତୁ ରୁପା ଦର ବଢିଥିବାରୁ ସାଧାରଣ ମହଲରେ ଚିନ୍ତା ପ୍ରକାଶ ପାଇଛି। ଜାଣନ୍ତୁ ଆଜି କେତେ ରହିଛି।

Gold And Silver

Gold And Silver Photograph: (OTV)

Advertisment

ସୁନାରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ତେଣୁ ଆଜି ମଧ୍ୟ ସୁନା ଓ ରୁପା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତ କିଛି ଦିନ ଧରି ବଢୁଥିବା ସୁନା ଦରରେ ବ୍ରେକ୍ ଲାଗିଛି। ଏବେ ସୁନା ଦର କମିବା ପରେ ଗ୍ରାହକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି।

Advertisment

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୨୮୦ ଟଙ୍କା ଥିବା ବେଳେ ଆଜି ୨୮୦ ଟଙ୍କା କମି ୧,୨୩,୨୦୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୩,୦୦୦ ଟଙ୍କା ଥିବା ବେଳେ ଆଜି ୨୫୦ ଟଙ୍କା କମି ୧,୧୨,୭୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୨,୪୬୦ ଟଙ୍କା ଥିବା ବେଳେ ଆଜି ୨୧୦ ଟଙ୍କା କମି ୯୨,୨୫୦ ଟଙ୍କା ହୋଇଛି। 

ଅନ୍ୟପଟେ ରୂପା ଦର କିନ୍ତୁ ବଢିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୫,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢି ୧,୬୬,୦୦୦ ଟଙ୍କାରେ ପହଞ୍ଚିଛି।

Advertisment

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:

•    ଦିଲ୍ଲୀ: ୨୪ କ୍ୟାରେଟ- ୧,୨୩,୪୪୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୧୬୦ ଟଙ୍କା (୧୦ ଗ୍ରାମ ପିଛା)
•    ଚେନ୍ନାଇ: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
•    ମୁମ୍ବାଇ: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
•    କୋଲକାତା: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
•    ହାଇଦ୍ରାବାଦ: ୨୪ କ୍ୟାରେଟ- ୧,୨୩,୪୪୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୧୬୦ ଟଙ୍କା (୧୦ ଗ୍ରାମ ପିଛା)

Gold And Silver Prices Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ