Advertisment

Gold, Silver Prices Fall: ଆହୁରି ଖସିଲା ସୁନା ରୁପା ଦର, ୧୨ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୮୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧,୧୪,୬୫୦ ଟଙ୍କା ହୋଇଛି । ସେହିପରି ରୁପା ଦର ମଧ୍ୟ କମିଛି।

ଅଦ୍ୟତନ ହୋଇଛି
Gold Silver

Gold Silver Photograph: (OTV)

Advertisment

ଖସିଲା ସୁନା ରୁପା ଦର। ଯେଉଁ ସୁନା କିଛି ଦିନ ତଳେ ଦେଢ଼ ଲକ୍ଷ ଥିଲା, ଯେଉଁ ରୁପା ୨ ଲକ୍ଷ ପାର୍ କରିଥିଲା ଏବେ ତାହା ତଳ ମୁହାଁ। ଏମିତି କି ୧୨ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ରୁପା ଦର। ଦୀପାବଳି ପୂର୍ବରୁ ଅର୍ଥାତ ଅକ୍ଟୋବର ୧୭ ବେଳକୁ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ୧ ଲକ୍ଷ ୨୧ ହଜାର ୭୦୦ ଟଙ୍କା ଥିଲା ତାହା ଏବେ ୧ ଲକ୍ଷ ୧୪ ହଜାର ୬୫୦ ଟଙ୍କାରେ ପହଞ୍ଚିଛି। ସୁନା ୭ ଦିନରେ ୭ ହଜାର ଟଙ୍କା ଖସିଛି। 

Advertisment


ଏମିତି କି ଗତକାଲି ଗୋଟିଏ ଦିନରେ ସୁନା ୪ ହଜାର ୩୦୦ ଟଙ୍କା ଖସିଛି। ଯାହା ୧୨ ବର୍ଷର ସବୁ ରେକର୍ଡ ଭାଙ୍ଗିଛି। ବିଶ୍ବ ବଜାରରେ ବି ସୁନା ଖସିଛି। କାଲି ଗୋଟିଏ ଦିନରେ ବିଶ୍ବ ବଜାରରେ ୬.୩ ପ୍ରତିଶତ ସୁନା ଖସିବା ସହ ୨୦୦୩ ପରେ ସବୁଠୁ କମ ଦର ଥିଲା। ସେହିପରି ରୁପା ବି ଖସିଛି। ୧୭ ଅକ୍ଟୋବରରେ ଯେଉଁ ରୁପା ୨ ଲକ୍ଷ ୩ ହଜାର ଟଙ୍କା ଥିଲା ତାହା ଆଜି ୧ ଲକ୍ଷ ୭୪ ହଜାରକୁ ଖସି ଆସିଛି।


ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୮୯୦ ଟଙ୍କା ଥିବା ବେଳେ ଆଜି ୮୧୦ ଟଙ୍କା କମି ୧, ୨୫,୦୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୧,୧୫,୪୦୦ଟଙ୍କା ଥିବା ବେଳେ ଆଜି ୭୫୦ ଟଙ୍କା କମି ୧,୧୪,୬୫୦ ଟଙ୍କାରେ ପହଞ୍ଚିଛି । ୧୮ କ୍ୟାରେଟ ସୁନା ଦର ଗତ କାଲି ୯୪, ୪୨୦ ଟଙ୍କା ଥିବା ବେଳେ ଆଜି ତାହା ୬୧୦ ଟଙ୍କା କମି ୯୩, ୮୧୦ ଟଙ୍କା ହୋଇଛି। 

Advertisment


ଅନ୍ୟପଟେ ରୁପା ଦର ମଧ୍ୟ ଖସିଛି। ଭୁବନେଶ୍ବରରେ ରୁପା କେଜି ଗତକାଲି ୧,୭୫,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କ କମି ୧,୭୪,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସବୋର୍ଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। କେବଳ ଧନତେରସ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା।

•    ଦର ଖସିଲା, ରେକର୍ଡ ଭାଙ୍ଗିଲା 
•    ୧୨ ବର୍ଷର ରେକର୍ଡ ଭାଙ୍ଗିଲା ସୁନା ଦର 
•    ଗୋଟିଏ ଦିନରେ ସୁନା ଦର ୪ ହଜାର ୩୦୦ ଟଙ୍କା କମିଲା 
•    ୧୭ ଅକ୍ଟୋବରରେ ଥିଲା ୧ ଲକ୍ଷ ୨୧ ହଜାର ଏବେ ୧ ଲକ୍ଷ ୧୪ ହଜାର 
•    ୭ ଦିନରେ ୭ ହଜାର ଖସିଲାଣି ସୁନା ଦର 
•    ସୁନା ଭଳି ରୁପା ବି ଖସିଲା 
•    ଗୋଟିଏ ଦିନରେ ୭ ହଜାର ଟଙ୍କା କମିଲା ରୁପା 
•    ଏବେ ରୁପା କିଲୋ ପିଛା ୧ ଲକ୍ଷ ୭୪ ହଜାର 
•    ୬.୩ ପ୍ରତିଶତ ସୁନା ଖସିଲା 
•    ୧୨ ବର୍ଷରେ ଗୋଟିଏ ଦିନରେ ସବୁଠୁ ଅଧିକ ହ୍ରାସ 
•    ଫେବ୍ରୁଆରୀ ୨୦୨୧ ପରେ ସବୁଠୁ ଅଧିକ ଖସିଲା 
•    ରୁପାରେ ୮.୭% ହ୍ରାସ

Advertisment

କାରଣ

•    ପ୍ରଫିଟ୍ ବୁକିଂ
•    (୫୬% ବଢ଼ି ସାରିଥିଲା, ନିବେଶକ ଆଉ ନରଖି ବିକ୍ରି କରନ୍ତି) 
•    ଆମେରିକା-ଚୀନ ଭିତରେ ସୁଧୁରୁଥିବା ସ୍ଥିତି 
•    ଦୀପାବଳି ପରେ ଚାହିଦା କମିବା 
•    ରୁପା ଖସିବା ସ୍ବାଭାବିକ, ଶିଳ୍ପରେ ବ୍ୟବହାର ଉପରେ ନିର୍ଭର

Gold Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ