Advertisment

Gold & Silver Rate Today: ପୁଣି ବଢିଲା ସୁନା, ରୁପା ଦର, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। କିଣିବା ପୂର୍ବରୁ ପ୍ରଥମେ ଏହି ମୂଲ୍ୟବାନ ଧାତୁର ଦର ଜାଣି ନିଅନ୍ତୁ।

Gold Silver Rate

Gold Silver Rate Photograph: (OTV)

Advertisment

ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। କିଣିବା ପୂର୍ବରୁ ପ୍ରଥମେ ଏହି ମୂଲ୍ୟବାନ ଧାତୁର ଦର ଜାଣି ନିଅନ୍ତୁ।

Advertisment

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୪୦,୪୬୦ ଟଙ୍କା ଥିବା ବେଳେ ଆଜି ୧୬୯୦ ଟଙ୍କା ବଢି ୧,୪୨,୧୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୮,୭୫୦ ଟଙ୍କା ଥିବା ବେଳେ ଆଜି ୧୫୫୦ ଟଙ୍କା ବୃଦ୍ଧି ଘଟି ୧,୩୦,୩୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୫,୩୪୦ ଟଙ୍କା ଥିବା ବେଳେ ଆଜି ୧୨୭୦ ଟଙ୍କା ବଢି ୧,୦୬,୬୧୦ ଟଙ୍କା ହୋଇଛି।

ଅନ୍ୟପଟେ ରୂପା ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି। ସୁନା ସହ ତାଳ ଦେଇ ରୁପା ବଢିବାରେ ଲାଗିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୨,୭୫,୦୦୦ ଟଙ୍କା ଥିବା ବେଳେ ଆଜି ଏକା ଥରକେ ୧୨,୦୦୦ ଟଙ୍କା ବଢି ଯାଇଛି। ଯାହା ଫଳରେ ରୁପା ଦର ୨,୮୭,୦୦୦ ଟଙ୍କାରେ ପହଞ୍ଚିଛି। 

Advertisment

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ (୧ ଗ୍ରାମ୍ ପିଛା):

•    ଚେନ୍ନାଇ: ୨୪ କ୍ୟାରେଟ- ୧୪,୩୧୩ ଟଙ୍କା, ୨୨ କ୍ୟାରେଟ୍- ୧୩,୧୨୦ ଟଙ୍କା, ୧୮ କ୍ୟାରେଟ୍- ୧୦,୯୪୫ ଟଙ୍କା
•    ଦିଲ୍ଲୀ: ୨୪ କ୍ୟାରେଟ- ୧୪,୨୩୦ ଟଙ୍କା, ୨୨ କ୍ୟାରେଟ୍- ୧୩,୦୪୫ ଟଙ୍କା    , ୧୮ କ୍ୟାରେଟ୍- ୧୦,୬୭୬ ଟଙ୍କା
•    ମୁମ୍ବାଇ: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
•    କୋଲକାତା: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
•    ବାଙ୍ଗାଲୋର: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା, ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା
•    ହାଇଦ୍ରାବାଦ: ୨୪ କ୍ୟାରେଟ- ୧୪,୨୧୫ ଟଙ୍କା    , ୨୨ କ୍ୟାରେଟ୍- ୧୩,୦୩୦ ଟଙ୍କା, ୧୮ କ୍ୟାରେଟ୍- ୧୦,୬୬୧ ଟଙ୍କା

Gold Silver Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ