Gold Rate Photograph: (OTV)
ରକେଟ୍ ବେଗରେ ବଢୁଥିବା ସୁନା ଦର ଏବେ ତଳମୁହାଁ । ଗତ ସପ୍ତାହରୁ ଆରମ୍ଭ ହୋଇଥିବା ସୁନା ଓ ରୁପାର ହ୍ରାସ ଧାରା ଚଳିତ ସପ୍ତାହରେ ବି ଜାରି ରହିଛି । ଧନତେରାସ୍ ବେଳେ ଦେଢ ଲକ୍ଷ ମୁହାଁ ହୋଇଥିଲା ସୁନା ଦର । କିଣିବା ତ ଥାଉ, ଦାମ୍ ଶୁଣିକି ଛାନିଆ ହେଉଥିଲେ ଗ୍ରାହକ । ହେଲେ ଦୁଇ ସପ୍ତାହ ହେଲା ସୁନା ଦର ଲଗାତାର ହ୍ରାସ ପାଇ ବର୍ତ୍ତମାନ ଲକ୍ଷେ ଆଡକୁ ଖସିବାରେ ଲାଗିଛି ।
ସୋମବାର ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରେ ୨୧୫୦ ଟଙ୍କା କମିଥିଲା ୨୨ କ୍ୟାରେଟ୍ ସୁନା ଦର । ଫଳରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୧୨ ହଜାର ୨୫୦ ଟଙ୍କା ହୋଇଥିଲା । ସେହିପରି ୨୪ କ୍ୟାରେଟ ସୁନା ଦିନକରେ ୨୩୪୦ ଟଙ୍କା କମି ୧ ଲକ୍ଷ ୨୨ ହଜାର ୪୬୦ ଟଙ୍କାରେ ପହଞ୍ଚିଥିଲା । ଯାହା ଗ୍ରାହକଙ୍କୁ ଦେଇଛି ସାମାନ୍ୟ ଆଶ୍ୱସ୍ତି । ସେହିପରି ରୁପା ଦର ବି ରେକର୍ଡ ହ୍ରାସ ସହ ୧ ଲକ୍ଷ ୬୫ ହଜାର ଟଙ୍କାରେ ପହଞ୍ଚିଛି ରୁପା କେଜି ।
ତେବେ କ'ଣ ସତରେ ଲକ୍ଷେ ତଳକୁ ଖସିଯିବ କି ସୁନା ଦର ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ହେଲେ ବଜାର ବିଶେଷଜ୍ଞଙ୍କ କହିବା କଥା, ସୁନା ରେଟ୍ ଲକ୍ଷେ ତଳକୁ ଖସିବା ସମ୍ଭାବନା ବହୁତ କମ୍ । ସୁନା ରେଟ୍ କମିଲେ ବି ପ୍ରାୟ ଲକ୍ଷେ ଟଙ୍କା ରହିପାରେ ।
ପାର୍ବଣ ସମୟରେ ହଠାତ୍ ବଢିଥିଲା ସୁନା ରୁପା ରେଟ୍ । ଆମେରିକାର ଟାରିଫ୍ ମାଡ, ଭୂରାଜନୈତିକ ସଙ୍କଟ ଆଦି କାରଣରୁ ନିବେଶକମାନେ ସୁନାର ଅଧିକ ନିବେଶ ବଢାଇଥିଲେ । ହେଲେ ଏବେ ଆମେରିକା-ଚୀନ ସମ୍ପର୍କରେ ସୁଧାର, ପ୍ରଫେଟ୍ ବୁକିଂ, ଧନତେରାସ୍ ପରେ ଡିମାଣ୍ଡ କମିବା ଇତ୍ୟାଦି କାରଣରୁ ସୁନା ଦାମ୍ କମିବାରେ ଲାଗିଛି । ନିବେଶକମାନେ ଅଧିକ ପ୍ରଫିଟ୍ ପାଇବା ଆଶାରେ ସୁନା ଓ ରୁପା ବିକ୍ରି କରୁଛନ୍ତି । ଯାହାକି ଦର ହ୍ରାସ ପଛରେ ଏକ ପ୍ରମୁଖ କାରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/29/gold-rate-2025-10-29-12-42-16.jpg)