Advertisment

ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]

ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

a7

Advertisment

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ।

Advertisment

[caption id="attachment_28145" align="aligncenter" width="750"]publive-image photo-techgenyz.com[/caption]

samsung galaxy A7 ବିଶେଷତ୍ତ୍ୱ

କ୍ୟାମେରା: samsung galaxy A7ର ବ୍ୟାକ୍‌ପ୍ୟାନେଲ୍‌ରେ ଦିଆଯାଇଥିବା ଟ୍ରିପଲ୍‌ ରିୟର୍‌ କ୍ୟାମେରା ସେଟ୍‌ଅପ୍‌ ହେଉଛି ଏହି ମୋବାଇଲ୍‌ର ଆକର୍ଷଣ। କ୍ୟାମେରା ସେଟ୍‌ଅପ୍‌ର ଠିକ୍‌ ତଳେ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ଦିଆଯାଇଛି।

Advertisment

ତିନି କ୍ୟାମେରା ସେଟ୍‌ଅପ୍ ମଧ୍ୟରୁ ଗୋଟିଏ କ୍ୟାମେରା ୨୪ ମେଗାପିକ୍ସେଲ୍‌ର। ଯାହା ୧.୭ ଅପର୍ଚର ସପୋର୍ଟ କରୁଛି। ସେହିଭଳି  ୨.୨ ଅପର୍ଚର ବିଶିଷ୍ଟ ଆଉ ଗୋଟିଏ କ୍ୟାମାରେ ୫ ମେଗାପିକ୍ସେଲ୍‌ ଡେପ୍‌ଥ ସେନ୍‌ସର୍‌ ଓ ତୃତୀୟଟି ୨.୫ ଅପର୍ଚର ବିଶିଷ୍ଟ ୮ ମେଗାପିକ୍ସେଲ୍‌ର। ଯାହା ଅଲ୍‌ଟ୍ରା ୱାଇଡ୍‌ ସେନ୍‌ସର୍‌ ରିୟର୍‌ ପ୍ୟାନେଲ୍‌ରେ ରହିଛି। ଏଥିସହିତ samsung galaxy A7ରେ ୨୪ ମେଗାପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ଦିଆଯାଇଛି।

publive-image

samsung galaxy A7 ଫୋନ୍‌ରେ ୬.୦ ଫୁଲ୍‌ଏଚ୍‌ଡି ସୁପର୍‌ ଏମୋଲେଡ୍‌ ବ୍ୟାଜଲ୍‌ ଲେସ୍‌ ଡିସ୍‌ପ୍ଲେ ଦିଆଯିବା ସହିତ ଏହାର ଫ୍ରଣ୍ଟ୍‌ ପ୍ୟାନେଲ୍‌ରେ କୌଣସି ବଟନ୍‌ ଦିଆଯାଇ ନାହିଁ। ଏଥିସହିତ ମୋବାଇଲ୍‌ଟି ଆଣ୍ଡ୍ରଏଡ୍‌ ଓରିଓରେ ଦିଆଯାଇଛି। ଏହା ୨.୨ ଗିଗା ହର୍ଟ୍‌ଜ ଅକ୍ଟାକୋର୍‌ ପ୍ରୋସେସର୍‌ରେ ଚାଲିବ। କମ୍ପାନୀ ଏହି ମୋବାଇଲ୍‌କୁ ବିଭିନ୍ନ ବଜାରରେ ଭିନ୍ନ ଭିନ୍ନ ଚିପ୍‌ସେଟ୍‌ରେ ଲଞ୍ଚ୍‌ କରିବ। ଏଥିରେ ସାମ୍‌ସଙ୍ଗର୍‌ ଏକ୍ସନସ୍‌ ଓ କ୍ୱାଲ୍‌କମ୍‌ର ସ୍ନାପଡ୍ରାଗନ୍‌ ଚିପ୍‌ସେଟ୍‌ ଦେଖିବାକୁ ମିଳିବ।

Advertisment

publive-image

ମେମୋରୀ ପାୱାର୍‌: ଫୋନ୍‌ଟି ୨ଟି ଭ୍ୟାରିଏଣ୍ଟ୍‌ରେ ଲଞ୍ଚ୍‌ କରିଛି। ଗୋଟିଏରେ 4GB ରାମ୍‌ ଓ 64 GBର ମୋବାଇଲ୍‌ ଷ୍ଟୋରେଜ୍‌ ଦିଆଯାଇଥିବା ବେଳେ ଅନ୍ୟଟିରେ 6GB ରାମ୍‌ ଓ 128 GB ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ଦିଆଯାଇଛି। ଆଗାମୀ ଦିନରେ ଏହି ମୋବାଇଲ୍‌ଟି ମଧ୍ୟ 4GB ରାମ୍‌ ସହିତ 128 GB  ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ରେ ବିକ୍ରି ହେବ। ଏହା ସହିତ 64 GB ମୋବାଇଲ୍‌ରେ ମେମୋରୀ କାର୍ଡର ସୁବିଧା ମଧ୍ୟ ଦିଆଯାଇପାରେ।

publive-image

ଅନ୍ୟାନ୍ୟ: ଡୁଆଲ୍‌ ସିମ୍‌ ବିଶିଷ୍ଟ ଏହି 4G ଫୋନ୍‌ରେ ସୁରକ୍ଷା ଦୃଷ୍ଟିରୁ ଏହାର ସାଇଡ୍‌ ପ୍ୟାନେଲ୍‌ରେ ଥିବା ପାୱାର୍‌ ବଟନ୍‌ରେ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ଦିଆଯାଇଛି। ପାୱାର୍‌ ବ୍ୟାକ୍‌ଅପ୍‌ ପାଇଁ ୩୦୦୦ mAhର ବ୍ୟାଟେରୀ ପାୱାର୍‌ ଦିଆଯାଇଛି। samsung galaxy A7 ଫୋନ୍‌ଟି ବ୍ଲୁ, ବ୍ଲାକ୍‌, ଗୋଲ୍ଡ, ପିଙ୍କ୍‌ ଚାରିଟି କଲର୍‌ ଭ୍ୟାରିଏଣ୍ଟ୍‌ରେ ଲଞ୍ଚ୍‌ ହୋଇଛି।

ତେବେ ଭାରତରେ ଏହି ଫୋନ୍ ଖୁବ୍‌ଶୀଘ୍ର ଅଫିସିଆଲ୍‌ ଭାବେ ଲଞ୍ଚ୍‌ ହେବ। ଆରମ୍ଭରୁ ଭାରତୀୟ ବଜାରରେ ଏହାର ମୂଲ୍ୟ ୨୮ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ