Crude Oil Photograph: (OTV)
ଅଶୋଧିତ ତୈଳ ଦର ବୃଦ୍ଧି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ବଢ଼ିଲା ଅଶୋଧିତ ତୈଳ ଦର। ଅନ୍ତର୍ଜାତୀୟ ବଜାରରେ ୧୦% ବଢ଼ିଲା ଅଶୋଧିତ ତୈଳ ଦର। ୧୦% ବଢ଼ି ୮୦ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ୍। ଏହା ୧୦୦ ଡଲାର ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।
ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର। ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ ପାଇଛି। ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ବିଶ୍ୱ ବଜାରରେ କୋଟି କୋଟି ଟଙ୍କା କ୍ଷତିହୋଇଛି। ଭାରତୀୟ ନିବେଶକମାନେ ମଧ୍ୟ କ୍ଷତି ସହିଛନ୍ତି। ବଜାର ଖୋଲିବା ପୂର୍ବରୁ BSE ସେନସେକ୍ସ ୨ ହଜାର ୭୪୩ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୫୪୩କୁ ଖସିଆସିଥିଲା। ସେହିପରି ନିଫଟି ୫୦ ମଧ୍ୟ ୫ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ୨୪ ହଜାର ୬୫୯ ତଳକୁ ଖସିଆସିଥିଲା।
ସେପଟେ ସେୟାର ମାର୍କେଟ ବୁଡିବା ଫଳରେ ବଢ଼ିଗଲା ସୁନା ଓ ରୁପା ଦର। ୩ ପ୍ରତିଶତ ଲେଖାଏଁ ବଢ଼ିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନା ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ୯ହଜାର ଟଙ୍କା ବୃଦ୍ଧି ପାଇଛି। ରୁପା ଦର ବୃଦ୍ଧି ପାଇ କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/crude-oil-2026-03-02-12-25-18.jpg)