Advertisment

Gold And Silver Prices Update: ପୁଣି ଉପର ମୁହାଁ ସୁନା ଦର, ବଢିଲା ରୁପା ମୂଲ୍ୟ

ପୁଣି ଆଜି ବଢିଛି ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧୨୦୦ ଟଙ୍କା ବଢିଥିବା ବେଳେ ରୁପା ଦର ୧ କେଜି ପିଛା ୨୦୦୦ ଟଙ୍କା ବଢିଛି। ଜାଣନ୍ତୁ ଆଜି କେତେ ରହିଛି।

Gold And Silver

Gold And Silver Photograph: (OTV)

Advertisment

ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ସୁନା ଓ ରୁପା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

Advertisment

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୨,୦୨୦ ଟଙ୍କା ଥିବା ବେଳେ ଆଜି ୧୨୦୦ ଟଙ୍କା ବଢି ୧,୨୩,୨୨୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୧,୮୫୦ ଟଙ୍କା ଥିବା ବେଳେ ଆଜି ୧୧୦୦ ଟଙ୍କା ବଢି ୧,୧୨,୯୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୧,୫୨୦ ଟଙ୍କା ଥିବା ବେଳେ ଆଜି ୯୦୦ ଟଙ୍କା ବଢି ୯୨,୪୨୦ ଟଙ୍କା ହୋଇଛି।

ଅନ୍ୟପଟେ ରୂପା ଦର ମଧ୍ୟ ସୁନା ସହିତ ତାଳ ଦେଇ ବଢିଛି। କେବଳ ଗୋଟିଏ ଦିନରେ ୨୦୦୦ ଟଙ୍କା ବଢି ଯାଇଛି ରୁପା। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୫,୦୦୦ ଟଙ୍କା ଥିବା ବେଳେ ଆଜି ୨୦୦୦ ଟଙ୍କା ବଢି ୧,୬୭,୦୦୦ ଟଙ୍କାରେ ପହଞ୍ଚିଛି।

Advertisment

ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:

•    ଚେନ୍ନାଇ: ୨୪ କ୍ୟାରେଟ- ୧,୨୩,୦୬୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୮୦୫ ଟଙ୍କା (୧୦ ଗ୍ରାମ ପିଛା)
•    ହାଇଦ୍ରାବାଦ: ୨୪ କ୍ୟାରେଟ- ୧,୨୨,୯୦୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୬୫୮ ଟଙ୍କା (୧୦ ଗ୍ରାମ ପିଛା)
•    ବେଙ୍ଗାଲୁରୁ: ୨୪ କ୍ୟାରେଟ- ୧,୨୨,୮୦୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୫୬୬ ଟଙ୍କା (୧୦ ଗ୍ରାମ ପିଛା)
•    ମୁମ୍ବାଇ: ୨୪ କ୍ୟାରେଟ- ୧,୨୨,୭୦୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୪୭୫ ଟଙ୍କା (୧୦ ଗ୍ରାମ ପିଛା)
•    କୋଲକାତା: ୨୪ କ୍ୟାରେଟ- ୧,୨୨,୫୪୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୩୨୮ ଟଙ୍କା (୧୦ ଗ୍ରାମ ପିଛା)
•    ଦିଲ୍ଲୀ: ୨୪ କ୍ୟାରେଟ- ୧,୨୨,୪୯୦ ଟଙ୍କା, ୨୨ କ୍ୟାରେଟ- ୧,୧୨,୨୮୨ ଟଙ୍କା (୧୦ ଗ୍ରାମ ପିଛା)

Gold And Silver Prices Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ