ଭୁବନେଶ୍ୱର: ୧୭ ହଜାର ପ୍ରିଆକ୍ଟିଭେଟେଡ୍ ସିମ୍ ଜବତ ହେବା ଘଟଣା; ୪ ଦିନିଆ ରିମାଣ୍ଡରେ ଯିବେ ରାକେଟ୍ରେ ସଂପୃକ୍ତ ୩ ଅଭିଯୁକ୍ତ, ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟର ଥିବା ସୂଚନା
ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହ ଶବ ସ୍ୱାମୀ ବୋହିବା ଘଟଣା; ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀ ନିଲମ୍ବିତ, ହେଲପ୍ ଡେସ୍କ କର୍ମଚାରୀ ଅଜିତ କୁମାର କହଁର କାର୍ଯ୍ୟରୁ ବହିଷ୍କୃତ, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କନ୍ଧମାଳ ସିଡିଏମଓ
ନକଲି ଔଷଧ କାରବାର ମାମଲା: ରିମାଣ୍ଡରେ ଯିବେ ନକଲି ଔଷଧ ଯୋଗାଣକାରୀ ମାକ୍ସ ହେଲଥ୍ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀ, ଅଧିକ ଖୋଳତାଡ଼ ପାଇଁ ସୁଦୀପଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି ଯୋଜନା
କୋଭିଡ୍ ନିୟନ୍ତ୍ରଣ ଓ କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ପାଇଁ କୋଭିଡ୍ ପ୍ରଭାବିତ ୬ଟି ରାଜ୍ୟ ଓଡ଼ିଶା, କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼, ମଣିପୁରକୁ ଆସିବ କେନ୍ଦ୍ରୀୟ ଟିମ୍; ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନ ତଦାରଖ କରିବେ କେନ୍ଦ୍ରୀୟ ଟିମ୍, ଟିକାକରଣ କେତେ ଆଗେଇଛି ତାହାର ଅନୁଧ୍ୟାନ କରିବେ
ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା- ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ, ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ। ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲ୍ଅପ୍ ହେବ। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି
ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପାଇଁ ଚେଷ୍ଟା କରାଯିବ। ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ: ମନ୍ତ୍ରୀ ସମୀର ଦାଶ
୫୦ ଲକ୍ଷ ଟଙ୍କାର ଜମି ଜାଲିଆତି କରି ଜଣେ ଦଲାଲ ଗିରଫ। ଭୁବନେଶ୍ୱରରୁ ଦଲାଲକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ଜମି ଦେବା ନାଁରେ ୫୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ କର୍ମଚାରୀଙ୍କ ଆତ୍ମାହୂତି ଘଟଣା- କୁଳପତିଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଆଗୁଆ ଜାମିନ ଦେଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବଂଶଧାରା ଟ୍ରିବୁ୍ୟନାଲ ରାୟ ଓଡ଼ିଶା ବିପକ୍ଷରେ ଯିବା ଘଟଣା: କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିଲେ ବିଜେପିର ଏକ ପ୍ରତିନିଧି ଦଳ। ଗଜପତି ଜିଲ୍ଲା କାଶୀନଗର ସାରା ଗାଁରେ ପହଞ୍ଚିଲା ବିଜେପି ଟମ୍। ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା। ଉପସଭାପତି ଭୃଗୁ ବକ୍ସିପାତ୍ର, ଜୟରାମ ପାଙ୍ଗି, କେ ନାରାୟଣ ରାଓଙ୍କ ଆଲୋଚନା
ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ; BMC, କମିଶନରେଟ ପୋଲିସ, ୩ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମ
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଲା; ଭୁବନେଶ୍ୱରର ବିଭିନ୍ନ ଟାଙ୍କିରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧ ପଇସା, ପୂର୍ବରୁ ଏକାଧିକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଟପି ସାରିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)