Advertisment

ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୧୯

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର  ଭୁବନେଶ୍ୱରର ସମ୍ ସ୍ପିଟାଲରେ ଦେହାନ୍ତ ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର  ଭୁବନେଶ୍ୱରର ସମ୍ ସ୍ପିଟାଲରେ ଦେହାନ୍ତ

Advertisment

ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଜୁନ୍ ୮ ତାରିଖରେ ଦେବାଶିଷଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା।

ପ୍ରଖ୍ୟାତ ଧାବକ ତଥା ଫ୍ଲାଇଁ ଶିଖ୍ ଭାବେ ପରିଚିତ ପଦ୍ମଶ୍ରୀ ମିଲଖା ସିଂଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ୫ ଦିନ ପୂର୍ବେ ତାଙ୍କ ପତ୍ନୀଙ୍କର ବିୟୋଗ ଘଟି ଥିବାବେଳେ ଗତକାଲି ମିଲଖାଙ୍କ ଦେହାନ୍ତ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି।

Advertisment

ଭୁବନେଶ୍ୱର: ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୫୫୦କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୨୭ କରୋନା ସଂକ୍ରମିତ ଚିହ୍ନଟ; ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧,୯୫୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୧,୪୭୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୫୩ ଆକ୍ରାନ୍ତ ଚିହ୍ନଟ।

DPIITର ସଚିବ ଓଡ଼ିଆ IAS ଅଫିସର ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ, କୋଭିଡ୍‌ ପରବର୍ତ୍ତୀ ଜଟିଳତା ପାଇଁ ପରଲୋକ ହୋଇଥିବା ସୂଚନା; ୧୯୮୬ରେ ଗୁଜରାଟ କ୍ୟାଡର ଅଫିସର ଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ।

ଜିନମ୍‌ ସିକ୍ୟୁଏନ୍ସିଂ ବାବଦରେ ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା- ଦେଶରେ ୪୦ ହଜାର ସାମ୍ପଲ୍‌ର ଜିନମ୍‌ ସିକ୍ୟୁଏନ୍ସିଂ ୨୮ଟି ଲ୍ୟାବ୍‌ରେ ହେଉଛି। ଅଧିକ ସାମ୍ପଲ ସିକ୍ୟୁଏନ୍ସିଂ କରାଗଲେ ଡେଲ୍‌ଟା ପ୍ଲସ୍‌ ଭାଇରସ ସ୍ଥିତି ଜଣାପଡ଼ିବ।

ଭ୍ୟାକ୍‌ସିନ୍‌କୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା-ଭ୍ୟାକ୍‌ସିନ୍‌ ନେବା ପରେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍‌ସିନ୍‌ ୭୦ରୁ ୯୦% ଭିତରେ କାର୍ଯ୍ୟ କରୁଛି। ଭ୍ୟାକ୍‌ସିନ୍‌ ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ।

କରୋନା ମୃତ୍ୟୁକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ଏକ ପ୍ରେସ୍‌ମିଟ୍‌ରେ କହିଲେ-କରୋନା ଜନିତ ମୃତ୍ୟୁ ରିପୋର୍ଟକୁ ନେଇ ପ୍ରଶ୍ନ ଉଠୁଛି। ଗଣମାଧ୍ୟମ ପରିସଂଖ୍ୟାନ ଓ ସରକାରଙ୍କ ପରିସଂଖ୍ୟାନରେ ତାଳମେଳ ରହୁନି। କରୋନା ଜନିତ ମୃତ୍ୟୁ ସଂଖ୍ୟାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର।

ରାଉରକେଲା: ପ୍ଲାଣ୍ଟସାଇଟ ଥାନା ମାଗୁଣି ବସ୍ତିରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଅଭିଯୋଗ-କୋଭିଡ ଟିକା ନେବା ପରେ ମୃତ୍ୟୁ ଘଟିଛି; ଜୁନ ୧୭ରେ ସମ୍ପୃକ୍ତ ମହିଳା କୋଭିଡ୍‌ ଟିକା ନେଇଥିଲେ।

Advertisment
Advertisment