Advertisment

ବ୍ରେକିଂ ନ୍ୟୁଜ୍‌: ୧୭ ଜୁନ୍‌

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ, ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି। ଆସନ୍ତା ୨୧ରୁ ଜୁଲାଇ ୨ ଯାଏ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ, ସକାଳ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୬୩୧ କରୋନା ସଂକ୍ରମିତ ଚିହ୍ନଟ, ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୦୬୯ ଓ ଲୋକାଲ କେସ୍- ୧,୫୬୨ ରହିଛି।

Advertisment

ଆସନ୍ତା ୨୧ରୁ ଜୁଲାଇ ୨ ଯାଏ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ, ସକାଳ ୯ଟାରୁ ୧୦ଟା ୩୦ ମଧ୍ୟରେ ୩ଟି ପିରିୟଡରେ ପାଠ ପଢ଼ିବେ; ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି OSEPA।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୯ କରୋନା ରୋଗୀଙ୍କ ମୃତ୍ୟୁ।

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ, ରେଜଲ୍ଟ ପ୍ରକାଶ ନେଇ ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲା CBSE

Advertisment

ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ; ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ମେରାଇନ ଡ୍ରାଇଭ ରୋଡ୍ ଓ ଗିରଳ ସିପସରୁବାଲିରେ ସର୍ଭେ ଆରମ୍ଭ

ସୁପ୍ରିମକୋର୍ଟରେ ଦ୍ୱାଦଶ ମାର୍କ ସମ୍ପର୍କରେ ନିଜ ଫର୍ମାଟ ଜଣାଇଲା CISCE, ଗତ ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ କହିଲା CISCE

ଯୁକ୍ତ ୨ ମୂଲ୍ୟାୟନରେ ବଳିଷ୍ଠ ମାପକାଠି ହେବ ମାଟ୍ରିକ ରେଜଲ୍ଟ; ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ

ଭ୍ୟାକ୍ସିନ ସଫଳତା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା- ଆନାଲିସିସ୍‌ ନ ସରିବା ଯାଏ ଭ୍ୟାକ୍ସିନ କେତେ କାମ କରୁଛି, ତାହା କୁହାଯାଇ ପାରିବନି। ଟିକା ପରେ କେତେ ସଂକ୍ରମିତ/ସୁସ୍ଥ/ମୃତ୍ୟୁ ହେଉଛି ଅନୁଧ୍ୟାନ କରିବାକୁ ପଡ଼ିବ। ଭ୍ୟାକ୍ସିନ ଆମକୁ ୭୧ରୁ ୯୧% ସୁରକ୍ଷା ଦେଉଛି ଓ ଆଣ୍ଟିବଡି ତିଆରି ହେଉଛି।

କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ-ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ ପରେ ଫୋକସ୍‌ରେ ଉପକୂଳ। କ୍ୟାଟେଗୋରୀ- ‘ବି’ରେ ଥିବା ୧୩ ଜିଲ୍ଲାକୁ ଅଧିକ ଦୁରୁତ୍ୱ ଦିଆଯାଇଛି। ଏହି ମାସ ସୁଦ୍ଧା ସଂକ୍ରମଣ ହାର ବହୁତ ହ୍ରାସ ପାଇବ ବୋଲି ଆଶା ରହିଛି।

କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ଦିନକରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ। ୧୬ ତାରିଖ ସକାଳ ଠାରୁ ୧୭ ସକାଳ ଭିତରେ ୨୩ ଲକ୍ଷ ୩୦ ହଜାର ଟଙ୍କା ଆଦାୟ। ଦିନକ ଭିତରେ ୪ଟି ମାମଲା, ୨୨ ଗିରଫ, ୫୦୫ ଗାଡ଼ି ଜବତ: ଓଡ଼ିଶା ପୋଲିସ

Advertisment
Advertisment