ଚୋରି କରିବା ପରେ ଏମାନେ କାଁ ଭାଁ ସ୍ଥାନୀୟ ଅଞ୍ଚଳରେ ଚୋରି ଜିନିଷ ବିକୁଥିଲେ । ଅଧିକାଂଶ ସମୟରେ ପଡୋଶୀ ପଶ୍ଚମବଙ୍ଗ ଓ ଝାଡ଼ଖଣ୍ଡରେ ବିକ୍ରି କରିଦେଉଥିଲେ । ତେଣୁ କେହି ସହଜରେ ଜାଣିପାରୁନଥିଲେ ।
ଭୁବନେଶ୍ୱର ସହର ପାଇଁ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର କରାଯିବ । ୩ଟି ଫ୍ଲାଏଓଭର୍ ସହିତ ଇନର୍ ରିଙ୍ଗ ରୋଡ୍ ଓ ଆଉଟର୍ ରିଙ୍ଗ ରୋଡ୍ ମଧ୍ୟ କରାଯିବାର ଯୋଜନା ରହିଛି ।
ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ଦଳ ଦୁର୍ବଳ ଥିବା ୨୭ଟି ନିର୍ବାଚନମଣ୍ଡଳୀରେ ସଂଗଠନକୁ ଆଗେଇ ନେବାକୁ ଏଇ ନେତାମାନଙ୍କୁ ଦିଆଯାଇଛି ଦାୟିତ୍ୱ । ପୁଣି ଏଇମାନଙ୍କ ଉପରେ ଭରସା କରିଛି ଦଳ ।
ସୋନିଆ କହିଥିଲେ, ମିଛ ପ୍ରତିଶ୍ରୁତି କୁହ । ରାହୁଲ୍ କହିଥିଲେ, ‘ବୋରିଂ’ କହିବା । ନା ‘ନୋ କମେଣ୍ଟ’ କହିବା। ସେତିକି ବେଳେ ସୋନିଆ କହିଥିଲେ, ‘ଦ ପୁଅର୍ ଲେଡି’ ଭାଷଣ ଦେଇ ଥକିଗଲେଣି । ଏହି କଥା ସେ ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିନଥିଲେ ମଧ୍ୟ ଭାଇଭଉଣୀ...
ଶ୍ରୀଜଗନ୍ନାଥ ମନ୍ଦିରର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି ।
ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁରୁଖୁରରେ ସମାପନ କରିବା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଛନ୍ତି ନୂଆ କମିଶନର ମଧୁସୂଦନ ପାଢ଼ୀ ।
ଦିନରୁ ଗୋଟିଏ ଦିନ ସେବା ପୂରା ମାଗଣା । ସକାଳୁ ଅଟୋରେ ତେଲ ଲୋଡ୍ କରି ବାହାରିପଡନ୍ତି । ରୋଗୀଙ୍କୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ନେଇ କଟକ ବଡ଼ ମେଡିକାଲ୍ ଯାଆନ୍ତି । ପୁଣି ବଡ଼ ମେଡିକାଲରୁ ନେଇ ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଅନ୍ତି ।...
ଏହି ଭୂତାଣୁ ଚୀନର ଲାବରୁ ବାହାରିଥିଲା କି ନାହିଁ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ କେହି ପହଞ୍ଚିପାରି ନାହାନ୍ତି । କିନ୍ତୁ ସମସ୍ତେ ଆଲୋଚନା କରୁଛନ୍ତି, ଏହି ଭୂତାଣୁର ଉତ୍ପତ୍ତି ଚୀନର ଲାବରୁ ହିଁ ହୋଇଛି । ଏହାର ଉତ୍ତର ଦାବି କରୁଛନ୍ତି ଆମେରିକାର କଂଗ୍ରେସମ୍ୟାନ ।...
ହାଇକୋର୍ଟ ଦେଲେ ବଡ଼ ରାୟ । ବିବାହ ଓ ବିଚ୍ଛେଦକୁ ନେଇ କହିଲେ ଏମିତି । ବର୍ଷକ ଭିତରେ ବିଚ୍ଛେଦକୁ ଦେଲେନି ଅନୁମତି ।
ଏହି ନୂଆ GBS ରୋଗର ସମସ୍ତ ଲକ୍ଷଣ ଏହି ବାଳକ ପାଖରେ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ସପ୍ତାହେ ହେଲା ସେ ଭେଣ୍ଟିଲେଟରରେ ଥିଲେ । ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ମଧ୍ୟ ସେହି ଉତ୍ତର ୨୪- ପ୍ରଗଣାରେ...
NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।
ଶିଳ୍ପ ଜଗତର ବଡ ବଡ ହସ୍ତୀ ଆସିଛନ୍ତି ଓଡ଼ିଶା । ପ୍ରତିଶ୍ରୁତି ଦେଇଛନ୍ତି, ବଦଳାଇ ଦେବେ ଓଡ଼ିଶାର ଭାଗ୍ୟ । ଯୁବକଯୁବତୀଙ୍କୁ ଦେବେ ରୋଜଗାର । ବିକାଶ ପଥରେ ଚାଲିବ ଓଡ଼ିଶା ।
ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି...
ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀ ସିନା ମରିଗଲା, କିନ୍ତୁ ତାକୁ ଝୁରୁଛି ଶିମିଳିପାଳ । ଝୁରୁଛି ସାରା ଓଡ଼ିଶା । ବହୁ ଲୋକଙ୍କୁ ସେ ପିଠିରେ ବସାଇ ଶିମିଳିପାଳ ଭିତରେ ବୁଲାଇଛି । କେବଳ ସେତିକି ନୁହେଁ କାଠ ଚୋରିକୁ ରୋକିବାକୁ ସେ ଜଣେ ସୁରକ୍ଷାକର୍ମୀର ଭୂମିକା...
ବିଚ୍ଛିନ୍ନତାବାଦୀଙ୍କର ଦାବି ଆଦୌ ଠିକ୍ ନୁହେଁ ବୋଲି ବିଦେଶରେ ଖୋଲାଖୋଲି କହିଛନ୍ତି । ହାତ ଗଣତି କିଛି ଲୋକ ଏପରି କରୁଥାଇପାରନ୍ତି, କିନ୍ତୁ ଭାରତ ଉପରେ ତାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ।
ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।
ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଏହା ଲାଗୁ ହୋଇଛି । ବୈଧ ଓ ଅବୈଧ ସନ୍ତାନଙ୍କ ମଧ୍ୟରେ ପାର୍ଥକ୍ୟ ରହିବନି । ସମ୍ପତ୍ତିରେ ସମାନ ଅଧିକାର ରହିବ । ସବୁ ସନ୍ତାନଙ୍କୁ ଜନ୍ମିତ ସନ୍ତାନଭାବେ ବିବେଚନା କରାଯିବ ।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।
ଗଠନ ହେବ କି ବିଜୁ ପୁଅ ଜନତା ଦଳ ? ନା ପ୍ରେସର ଗ୍ରୁପ୍ ଭାବେ କାମ କରିବ ପୁଅଙ୍କ ଜନତା ଦଳ ? ବିଜେଡିରେ ଏହାକୁ ନେଇ ଏବେ ଢେର୍ ଚର୍ଚ୍ଚା ।
ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଛାତ ଭୁଶୁଡି ପଡିଲା । ଚାପି ହୋଇ ରହିଗଲେ ୧୨ ଜଣ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୮ ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଏ ନେଇ ତଦନ୍ତ ଆରମ୍ଭ...