ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା...
ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ...
ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।...
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା...
ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।
ଏହି କୃଷକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ଏହି ସଂଗଠନରେ ଏବେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଚାଷୀ । ନିଷ୍ଠା ଓ ସମ୍ମିଳିତ ଉଦ୍ୟମ ଦ୍ୱାରା ସବୁ କିଛି କରାଯାଇପାରିବ । କଳାହାଣ୍ଡିର...
ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପଞ୍ଚଭୂତରେ ଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମରଶରୀର । ତାଙ୍କ ବିୟୋଗରେ ଦେଶବିଦେଶରୁ ଛୁଟିଛି ଶୋକବାର୍ତ୍ତାର ସୁଅ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଦିଲ୍ଲୀର ନିଗମବୋଧ ଘାଟ ହୋଇପଡିଥିଲା ଲୋକାରଣ୍ୟ ।
ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।
ପିଆଜ ଦର ଗତ ୧୦ ଦିନରେ କିଲୋ ପିଛା ପ୍ରାୟ ୨୦ ଟଙ୍କା କମିଛି । ମହାରାଷ୍ଟ୍ରରେ କିଲୋ ପ୍ରତି ଦର ରହିଛି ପ୍ରାୟ ୨୪ ଟଙ୍କା । ଦର କମିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ । ଦରକୁ ନେଇ...
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ...
ପରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଆସିଥିବା କ୍ୟାଡେଟ୍ ମାନେ। ଆସନ୍ତା ଜାନୁଆରୀ ୨୬ରେଦିଲ୍ଲୀରେ ରିପବ୍ଲିକ ଡେ’ ପରେଡରେ ସାମିଲ ହେବେ, ବଛା ଯାଇଥିବା ଏହି ୧୨୭ ଜଣ କ୍ୟାଡେଟ୍। ଏନେଇ ଗଲା ମାସେ ହେଲା ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ୧୦ରୁ ୧୨...
ପଞ୍ଜାବରେ ଆକ୍ରମଣ କଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ପ୍ରାଣ ହରାଇଲେ । ଏହା ସମ୍ଭବ ହେଲା ଦୁଇ ରାଜ୍ୟର ପୋଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ।
ଘୋଷଣା କଲେ ସରକାର । ନୂଆ ବର୍ଷରୁ ମିଳିବ ଏହି ସୁବିଧା। ହିତାଧିକାରୀ ଖୁସି । କିନ୍ତୁ କାହିଁକି ଏତେ ଖୁସି ? ପଢନ୍ତୁ ଏଇ ରିପୋର୍ଟ ।
ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ଏହି ବହିରେ ରହିଛି ।
ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।
ବାପାଙ୍କ ମୃତ୍ୟୁପରେ ଅନୁକମ୍ପାମୂଳକ ସରକାରୀ ଚାକିରି । ମାତ୍ର ୧୨ ବର୍ଷ କନଷ୍ଟେବଲ୍ ଚାକିରି କରି କମାଇଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ଚାକିରି ଛାଡି କରୁଥିଲେ ଜମି ବେପାର । ଚଢାଉ ପରେ ସଂପତ୍ତି ଦେଖି ଟେରା ହୋଇଗଲେ ଅଧିକାରୀ ।