କେମିତି କଟିବ ଆପଣଙ୍କର ଏହି ସପ୍ତାହ ? କାହାର ହେବ ଧନର ଲାଭ ? କିଏ ପାଇବ ବ୍ୟବସାୟରେ ସଫଳତା ? ପ୍ରେମ କ୍ଷେତ୍ରରେ କାହାକୁ ମିଳିବ ସଫଳତା ? ଜାଣନ୍ତୁ....
ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ବାଦବିବାଦ,କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ଯାତ୍ରାରେ ବିଳମ୍ବ ଘଟିପାରେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳୀୟାନ ହେବେ । ବହୁତ ପରିଶ୍ରମ କରି ଅର୍ଥ ଲାଭ ହେବ, କିନ୍ତୁ ବ୍ୟୟ ମଧ୍ୟ କରିବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ ।
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧