ଏହି ସପ୍ତାହରେ ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। ପ୍ରେମ ଜୀବନରେ ରୋମାଞ୍ଚ ବୃଦ୍ଧି ପାଇବ । ଏହି ସପ୍ତାହରେ ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ ।
ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ୟ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।କର୍ମକ୍ଷେତ୍ର ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ । ଭବିଷ୍ୟତ ପାଇଁ ଅନେକ ଲାଭକାରୀ ଯୋଜନା କରିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କାର୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ ।
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮