ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ଠିକ୍ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ପ୍ରଶାସନ, ପ୍ରକାଶନ ତଥା ପରିବହନ କ୍ଷେତ୍ରରେ ନୂତନ ଯୋଜନାକୁ କାର୍ୟ୍ୟକାରି କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ସାମୟିକ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳିଯାଇପାରେ। ଅଭାବ ନ ଥିଲେ ମଧ୍ୟ କେତେକ ଘଟଣା ମନକୁ ଅଶାନ୍ତ ରଖିପାରେ । ବ୍ୟବସାୟ ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ। ପୂର୍ବ ଶତ୍ରୁତାରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ୟ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମଟି ସଫଳ ହେବାରେ ସହକର୍ମୀ ସାହାଯ୍ୟ କରିବେ।
ପ୍ରତିକାର – ଓଁ ଗ୍ରାଂ ଗ୍ରୀଂ ଗୈା ସଃ ଗୁରବେ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩