ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ଅଂଶୀଦାର ବ୍ୟବସାୟୀଙ୍କ ସହ ମାନମନାନ୍ତର ଦେଖା ଦେଇପାରେ । ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବହୁଦିନରୁ ଚିନ୍ତାକରିପାରି ନ ଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ନୂତନ ବସ୍ତ୍ରାଳଙ୍କାର ପାଇଁ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ନିଜ ମନ ପସନ୍ଦର ଜିନିଷ କିଣିବାର ସୁଯୋଗ ଲାଭକରି ଖୁସି ରହିବେ । ସଙ୍ଗୀତ, କଳା, ସାହିତ୍ୟ, ସାମ୍ବାଦିକତା, ଯୋଗାଯୋଗରେ ସମସ୍ୟା ସମାଧାନ ହୋଇଯିବ । ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ।
ପ୍ରତିକାର – ଓଁ କ୍ରାଂ କ୍ରୀଂ କୈା ସଃ ଭୈାମାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯