ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଆଜିର ଯାତ୍ରାରେ ପ୍ରତିବନ୍ଧକ ଦେଖାଦେଇପାରେ। ଭାଇଙ୍କ ସମସ୍ୟାର ସମାଧାନ ପାଇଁ ଚିନ୍ତାଜନକ ସ୍ଥିତି ଉପୁଜିବ। ବ୍ୟବସାୟ କ୍ଷେତ୍ରରେ ଲାଭ କିଛି କମ୍ ନ ହେଲେ ମଧ୍ୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଦୃଢ଼ ମନୋବଳ ଓ କାର୍ୟ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ରାଜନୀତି କ୍ଷେତ୍ରରେ ସବୁ ପରିସ୍ଥିତିକୁ ସମ୍ଭାଳି ନେବେ ।
ପ୍ରତିକାର – ଓଁ ଦ୍ରାଂ ଦ୍ରୀଂ ଦୈା ସଃ ଶୁକ୍ରାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬