ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସକାଶେ ଚେଷ୍ଟାକଲେ ଅବଶ୍ୟ ଉପକୃତ ହେବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ବନ୍ଧୁମାନଙ୍କ ସହ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ଅନୁସନ୍ଧାନ, ପ୍ରଶାସନିକ ସ୍ଥିତି ଭଲ ରହିବ । ବ୍ୟବସାୟ ଅଧିକ ନ ହେଲେ ମଧ୍ୟ ମନ୍ଦ ହେବନାହିଁ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା କୌଣସି ସୂତ୍ରରୁ ଅର୍ଥାଗମ ସମ୍ଭାବନା ରହିଛି। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। ଭୁଲ୍ ବୁଝାମଣାରେ ପାଖ ପଡ଼ୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ପ୍ରତିକାର – ଓଁ ବ୍ରାଂ ବ୍ରୀଂ ବୈା ସଃ ବୁଧାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫