ଏହି ସପ୍ତାହରେ ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ,ଆକସ୍ମିକ ଧନ ଲାଭ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । କୌଣସି ନୂତନ ବନ୍ଧୁଙ୍କ ସହ ଭେଟ ହେବ ।
ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିବ । ପରୋକ୍ଷ ଶତ୍ରୁତା ଦୈନିକ ଜିବନ ଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଦାମ୍ପତ୍ୟ କଳହର ଅବସାନ ଘଟିବ । ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହୋଇପାରନ୍ତି ।
ପ୍ରତିକାର – ଓଁ ପ୍ରାଂ ପ୍ରୀଂ ପୌ ସଃ ଶନିଶ୍ୱରାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮