କେମିତି କଟିବ ଆପଣଙ୍କର ଏହି ସପ୍ତାହ ? କାହାର ହେବ ଧନର ଲାଭ ? କିଏ ପାଇବ ବ୍ୟବସାୟରେ ସଫଳତା ? ପ୍ରେମ କ୍ଷେତ୍ରରେ କାହାକୁ ମିଳିବ ସଫଳତା ? ଜାଣନ୍ତୁ....
ଶାରୀରିକ ସମସ୍ୟା ଦୂରହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ରାଜନୀତିରେ ସମସ୍ୟା ବଢିବ । ଚାକିରୀକ୍ଷେତ୍ରରେ ଅପବାଦ ସହିବାକୁ ପଡିବ । ପିଲାମାନେ ଅପଯଶ ପାଇପାରନ୍ତି । ମାଲିମକଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ଅଫିସ୍ରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି । ଆନୁଷ୍ଠାନିକ କାର୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ। ମହିଳା ମାନେ ଧର୍ମପାରାୟଣ ରହିବେ
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮