କେମିତି କଟିବ ଆପଣଙ୍କର ଏହି ସପ୍ତାହ ? କାହାର ହେବ ଧନର ଲାଭ ? କିଏ ପାଇବ ବ୍ୟବସାୟରେ ସଫଳତା ? ପ୍ରେମ କ୍ଷେତ୍ରରେ କାହାକୁ ମିଳିବ ସଫଳତା ? ଜାଣନ୍ତୁ....
ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ। ପରିବାରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଅର୍ଥଲାଭ ସହ କିଛି ପୁରୁଣା କଥା ଓ ନୂଆ କାମକୁ ନେଇ ବ୍ୟସ୍ତ ରହିବେ । ପ୍ରତ୍ୟେକ ସ୍ତରରେ ଆତ୍ମୀୟଙ୍କ ପ୍ରତି ସହାନୁଭୁତି ପ୍ରଦର୍ଶନ କରି ଚର୍ଚ୍ଚିତ ହେବେ । ଧର୍ମକାର୍ଯ୍ୟ, ସଭାସମିତି, ସାମ୍ବାଦିକତା ତଥା ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ । କର୍ମ କ୍ଷେତ୍ରରେ ଫାଇଲ୍ କାମର ଚାପ ବୃଦ୍ଧି ପାଇବ ।
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯