• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଏପ୍ରିଲ ୨୯ରୁ ମେ ୦୫ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...

ଏହି ସପ୍ତାହରେ ରାଜନୀତି କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟୀ ମାନେ ଆଶାତୀତ ଲାଭପାଇବେ । ଏହି ସପ୍ତାହରେ ପାରିବାରିକ ସମସ୍ୟା ସମାଧାନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Sagittarius

ଧନୁ

Monday 29 Apr 2024

ସମସ୍ତ କାର୍ଯ୍ୟକୁ ଯୋଜନା ବଦ୍ଧ ଉପାୟରେ କରିବା ଦ୍ୱାରା ସଫଳତା ମିଳିବ । ବ୍ୟବସାୟରେ ଆୟ ବୃଦ୍ଧି ହେବାଫଳରେ ବହୁତ ଖୁସି ହେବେ । ପରିବାର ସଦସ୍ୟମାନେ ଆପଣଙ୍କ ଇଚ୍ଛା ପୂରଣ କରିବାକୁ ପ୍ରସ୍ତୁତ ହେବେ । ଜୀବନସାଥୀଙ୍କ କ୍ୟାରିୟରେ ବହୁତ ସଫଳତା ପାଇପାରିବେ । ଦୈନଦିନ କାର୍ଯ୍ୟ ଶୃଙ୍ଖଳିତ ହେବା ସହ ଚାକିିରିରେ ସ୍ଥାନାନ୍ତର ହୋଇପାରେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ଦୂର ସ୍ଥାନରେ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ମାନେ ସହ କର୍ମୀଙ୍କ ସାହାର୍ଯ୍ୟ ସହଯୋଗ ପାଇବେ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :