ଏହି ସପ୍ତାହରେ ରାଜନୀତି କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟୀ ମାନେ ଆଶାତୀତ ଲାଭପାଇବେ । ଏହି ସପ୍ତାହରେ ପାରିବାରିକ ସମସ୍ୟା ସମାଧାନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ସମାନ ବିଚାର ଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବାର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ଗ୍ରାହକ ସେବାକୁ ଗ୍ରହଣ କଲେ ଆକସ୍ମିକ ଧନ ଲାଭ ହେବ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ପରିବାରରେ ମାନ ମନାନ୍ତର ଦୂର ହୋଇ ସାମାଜିକ ପତିଆରା ଅମଳିନ ରହିବ । କୌଣସି ପ୍ରକାରର ନୂତନ ବ୍ୟବସାୟରେ ବିନିଯୋଗ ହେବାର ସମ୍ଭାବନା ଅଛି । ଚାକିରି ପରିବର୍ତ୍ତନ ପାଇଁ ଏକ ସୁଯୋଗ ମଧ୍ୟ ପାଇପାରନ୍ତି ।
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬