ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବୃଷ । ତିଥୀ-ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା । ଘାତ ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବିଛା । ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।
ଚିତ୍ରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ ।
ସ୍ୱାତୀ- ରାଜନୀତିରେ ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ । ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇପାରନ୍ତି । ପଢାରେ ଅଧିକ ସମୟ ବିତାଇବେ ।
ବିଶାଖା- ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳାମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ଧାର୍ମିକ କାର୍ଯ୍ୟ କରିବାର ମଧ୍ୟ ଆପଣଙ୍କୁ ସୁଯୋଗ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ।
ପ୍ରତିକାର- ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।