ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବୃଷ । ତିଥୀ-ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା । ଘାତ ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବିଛା । ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।
ପୁନର୍ବସୁ- ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ । ଯେକୌଣସି ସମସ୍ୟା ଆସିଲେ ତାହାକୁ ସାମ୍ନା କରିବେ।
ପୁଷ୍ୟା- ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ । ବନ୍ଧୁଙ୍କ ପରାମର୍ଶରେ ନୂଆ ଯୋଜନା ଆରମ୍ଭ କରିପାରନ୍ତି । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ ପଶ୍ଚାତ୍ତାପର କାରଣ ହୋଇପାରେ ।
ଅଶ୍ଳେଷା- ଦୀର୍ଘଦିନରୁ ଋଣ ପରିଶୋଧ ନ କରିପାରିବା କାରଣରୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ । ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ । ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୨ ।
ପ୍ରତିକାର-ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ ।