ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବୃଷ । ତିଥୀ-ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା । ଘାତ ଚନ୍ଦ୍ର-ମେଷ ନିଶାନ୍ତ ୦୫.୦୨ ଗତେ ବିଛା । ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।
ମୃଗଶିରା- ସବୁ ସୁବିଧା ଥାଇ ମଧ୍ୟ ବିନା ଖର୍ଚ୍ଚରେ କିଛି କରିପାରିବେ ନାହିଁ । ଯାତ୍ରା କରିବେ କିନ୍ତୁ ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯାଇପାରେ। ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ ।
ଆଦ୍ରା- କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ବହୁତ ହଇରାଣ ହେବାକୁ ପଡିପାରେ।
ପୁନର୍ବସୁ- ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ।
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।