• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th October 2023: ଚାକିରିରେ ଶୁଭଫଳ,ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର, ଚନ୍ଦ୍ର- ମେଷ ଦିବା ୧୦.୨୯ ଗତେ ବୃଷ, ତିଥି- ୨ୟା ରାତ୍ରି ୧୦.୨୩ ଗତେ ୩ୟା, ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୦.୨୯ ଗତେ ବିଛା ରାଶିର, ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୨୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୦୧ ପର୍ଯ୍ୟନ୍ତ ।

Aries

ମେଷ

Monday 30 Oct 2023

ଅଶ୍ୱନୀ-ମାନସିକ ସ୍ତରରେ ଶକ୍ତିଶାଳୀ ହେବାସହ ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତ ହେବ । ଶାରିରୀକ ସୁସ୍ଥତା ଦେଖାଦେବ । କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ରାସ୍ତା ପରିସ୍କାର କରି ପାରିବେ ।

ଅଶ୍ୱନୀ- ପ୍ରେମିକ ପ୍ରେମିକା ମାନେ କ୍ରୋଧ ନିରନ୍ତ୍ରଣ ନ ରଖିଲେ କ୍ଷତି ସହିବେ । ଶିକ୍ଷାର୍ଥୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ଶତ୍ରୁମାନେ ପରାଜିତ ହେବା ଫଳରେ ବ୍ୟବସାୟରେ ଭଲ ଲାଭ ପାଇବେ ।

ଦ୍ୱିଜା-କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବନ୍ଧୁ ମିଳନ ହେତୁ ଖୁସି ରହିବେ ।

ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :