• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2024: ଆଜି ଏହି ରାଶିର ବ୍ୟକ୍ତି ଆଇନ ଅଦାଲତ କ୍ଷେତ୍ରରେ ସଫଳତା ପାଇବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର ।ଚନ୍ଦ୍ର- ତୁଳା ଦିବା ୧୧.୨୭ ଗତେ ବିଛା,ତିଥି- ୬ଷ୍ଠୀ ରାତ୍ରି ୦୯.୫୩ ଗତେ ୭ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୪ ଗତେ ୨ ପର୍ଯ୍ୟନ୍ତ , ତା’ପରେ ରାତ୍ରି ୦୯.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

Virgo

କନ୍ୟା

Monday 09 Sep 2024

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟରେ ପରିବର୍ତନ ଆସି ଶାରୀରିକ କଷ୍ଟ ଦୂର ହେବ । ପିଲା ମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଭାଗିଦାରୀଙ୍କ ସହ ମତାନ୍ତର ଦୂରେଇ ଯିବ ।

ହସ୍ତା- କାରବାରରେ ପରିବର୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ ।

ଚିତ୍ରା- ସମାଜ ସେବା କାର‌୍ୟ୍ୟରେ ଯୋଗ ଦେବେ । ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।

ପ୍ରତିକାର – ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :