• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2023: ଏହି ରାଶିର ବ୍ୟକ୍ତି‌‌ ସତର୍କ ରୁହନ୍ତୁ, ପଡ଼ିପାରନ୍ତି ଅସୁବିଧାରେ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ଅହରାତ୍ର । ତିଥି-୧୦ମୀ ସନ୍ଧ୍ୟା ୦୭.୧୮ ଗତେ ୧୧ଶୀ । ଘାତ ଚନ୍ଦ୍ର-କନ୍ୟା ରାଶିର ଅହରାତ୍ର । ଘାତ ବାର-ବୃଷ, ସିଂହ ଓ କନ୍ୟା ।

Capricorn

ମକର

Saturday 09 Sep 2023

ଉ, ଷାଢା- ଧନ ପ୍ରାପ୍ତିର ଯୋଗ ଓ ବ୍ୟବସାୟରେ ଉନ୍ନତି ରହିବ ।  ସାମୟିକ ଦେହପିଡା, ଓ ବନ୍ଧୁ ବିୟୋଗ ଦେଖାଦେବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଓ କାର‌୍ୟ୍ୟ ବ୍ୟସ୍ତତା ଯୋଗୁଁ  ହଇରାଣ ହୋଇ ପାରନ୍ତି । 

ଶ୍ରବଣା-  ଆର୍ଥିକ ଲାଭ ତଥା ଭୂମି, ସୁନା ଆଦି ଲାଭ କରିବେ । ଶତୃମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ । ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ ।

ଧନିଷ୍ଠା- ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ ।  ଚାକିରି କ୍ଷେତ୍ରରେ କୁ ଚକ୍ରାନ୍ତ ବଶବର୍ତୀ ହୋଇ କ୍ଷୋଭ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ ।