• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୩ ଗତେ । ସିଂହ ତିଥି- ୩ୟା (ମଳ) ପ୍ରାତଃ ୦୬.୦୯ ଗତେ ୪ର୍ଥୀ ।

Aquarius

କୁମ୍ଭ

Tuesday 09 Jul 2024

ଧନିଷ୍ଠା- ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଠିକ୍ ଭାବେ ବୁଝି ପାରିବେନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହେବେ।

ଶତଭିଷା- ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ଖୁସି ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ।

ପୂ,ଭାଦ୍ରପଦ- ନିର୍ମାଣ, ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ। ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ଇଚ୍ଛାନୁଯାୟୀ କାମଗୁଡ଼ିକ ହେବାରୁ ମାନସିକ ସ୍ଥିରତା ରହିବ।

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :