ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୬.୨୩ ଗତେ ୪ର୍ଥୀ ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୨୬ ପର୍ଯ୍ୟନ୍ତ ।
ପୁନର୍ବସୁ- ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି।
ପୁଷ୍ୟା- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ
ଅଶ୍ଳେଷା- ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । କୋର୍ଟ ମାମଲାରେ ବିଜୟ ଲାଭ କରିବେ ।
ପ୍ରତିକାର –କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨