ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୬.୨୩ ଗତେ ୪ର୍ଥୀ ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୨୬ ପର୍ଯ୍ୟନ୍ତ ।
ଧନିଷ୍ଠା- ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିପାରେ । ପ୍ରେମିକ ପ୍ରେମିକା ମାନେ ମନ ଭିତରେ ଥିବା ସନ୍ଦେହକୁ ଦୂରେଇ ଦେଇ ନିକଟତର ହେବେ । ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ନଷ୍ଟ କରିପାରେ ।
ଶତଭିଷା- ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆପଣଙ୍କର ଜ୍ଞାନକୁ ବିସ୍ତାର କରିବାକୁ ଚାହିଁବେ ।
ପୂ, ଭାଦ୍ରପଦ- ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮