ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୧୪ ଗତେ ମୀନ,ତିଥି-୮ମୀ ଦିବା ୦୮.୦୩ ଗତେ ୯ମୀ ନିଶାନ୍ତ ୦୬.୦୨ ଗତେ ୧୦ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୯.୧୪ ଗତେ ଧନୁ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୫ ପର୍ଯ୍ୟନ୍ତ
ସ୍ୱାସ୍ଥ୍ୟରେ ପରିବର୍ତନ ହେତୁ ମନ ଓ ଚିତ ପ୍ରସନ୍ନ ରହିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ଚିତ ପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । ରାଜନୀତିରେ ସାମାନ୍ୟ ସମସ୍ୟା ଭିତରେ ଗତି କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ର ଛାତ୍ରି ମାନେ ପଢାରେ ଶୁଭ ଫଳ ପାଇବେ । ଅସ୍ଥିରତା କାରଣ ହେତୁ କୈାଣସି କାର୍ୟ୍ୟ ଠିକ୍ ଭାବରେ କରିପାରିବେ ନାହିଁ ।
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫