• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th March 2023: ଏହି ରାଶିର ବ୍ୟକ୍ତି ଆଜି ନିସ୍ପଳତା ଓ ନିରାଶା ଅନୁଭବ କରିବେ

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର - ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । ଘାତ ବାର- କର୍କଟ ।

Capricorn

ମକର

Wednesday 08 Mar 2023

ଉ, ଷାଢା- ଚାକିରୀରେ ପାଇଁ ନୂଆ ଖବର ଆସିପାରେ । ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ପ୍ରେମ ଜୀବନ ମଧୁରମୟ ରହିବ କୌଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ ।

ଶ୍ରବଣା- ସମାସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ବନ୍ଧୁ କଲ୍ୟାଣ ସିଦ୍ଧି ହେବ । ବ୍ୟପାର ବୃତ୍ତିରେ ପ୍ରଗତି ହେବ ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ । ସୁନ୍ଦର କଳ୍ପନାରେ ବିଭୋର ରହିବେ ।

ଧନିଷ୍ଠା- କର୍ତୁପକ୍ଷ ଆପଣଙ୍କୁ କୌଣସି ବଡ ଦାୟିତ୍ୱ ଦେବେ ମହିଳାଙ୍କ ଭାଗ୍ୟ ଉଜ୍ଜଳ ହେବ । ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ପୂର୍ବ ବ୍ୟବସାୟ ଚୁକ୍ତି ଆପଣଙ୍କୁ ଅଚାନକ ଲାଭ ହେବ ।

ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର - ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ