• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th March 2023: ଏହି ରାଶିର ବ୍ୟକ୍ତି ଆଜି ନିସ୍ପଳତା ଓ ନିରାଶା ଅନୁଭବ କରିବେ

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର - ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । ଘାତ ବାର- କର୍କଟ ।

Libra

ତୁଳା

Wednesday 08 Mar 2023

ଚିତ୍ରା- ବୈବାହିକ ଜୀବନରେ ମଧୁରତା ଆସିପାରେ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ ।

ସ୍ୱାତୀ- ରାଜନୀତିରେ ସଫଳତା ପାଇ ପାରନ୍ତି । ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି । ବହୁ ସମସ୍ୟା ସତ୍ୱେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ । ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ ।

ବିଶାଖା- ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ । ଆଧାତ୍ମିକ ଜୀବନ ବିତାଇ ପାରନ୍ତି ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର - କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ