• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th March 2023: ଏହି ରାଶିର ବ୍ୟକ୍ତି ଆଜି ନିସ୍ପଳତା ଓ ନିରାଶା ଅନୁଭବ କରିବେ

ସୌର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ବୁଧବାର । ଚନ୍ଦ୍ର - ସିଂହ ଦିବା ୦୮.୫୨ ଗତେ କନ୍ୟା । ତିଥି - ପ୍ରତିପଦ ରାତ୍ରି ୦୭.୪୩ ଗତେ ୨ୟା । ଘାତ ଚନ୍ଦ୍ର - କର୍କଟ, ମକର ଦିବା ୦୮.୫୨ ଗତେ ବୃଷ । ଘାତ ବାର- କର୍କଟ ।

Gemini

ମିଥୁନ

Wednesday 08 Mar 2023

ମୃଗଶିରା - ନିଜର ଶକ୍ତି ଓ ସାମର୍ଥ୍ୟ ପାଇଁ ସୁନାମ ଅର୍ଜନ କରିବେ । କୌଣସି ବଡ ଧରଣର ଯୋଜନା  କାର‌୍ୟ୍ୟକାରୀ ହୋଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।

ଆଦ୍ରା - ଦୂରଯାତ୍ରା,ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମସ୍ୟାର ସମାଧାନ କରିବେ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ ।

ପୁନର୍ବସୁ - ପରୋକ୍ଷ ଶତୃତା ପ୍ରତି ସତର୍କ ରହିବା ଭଲ ରହିବ । ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି ।

ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ